Advertisment

ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ: ଦୋଷୀ ଧୋବେଇ ପୋଢ଼ ଗିରଫ

ବଲାଙ୍ଗୀର: ବଲାଙ୍ଗୀରର ବହୁ ଚର୍ଚ୍ଚିତ ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ ମାମଲାରେ ୪୧ ବର୍ଷ ପରେ ଦୋଷୀ ସାବ୍ୟସ୍ତ ତିନି ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି ହେବାର ଦିନକ ପରେ ଶୁକ୍ରବାର ପୁଲିସ୍ ଜଣଙ୍କୁ ଗିରଫ କରିଛି। ସେ ହେଲେ ଧୋବେଇ ପୋଢ଼। ଆର୍ତ୍ତତ୍ରାଣ ସିଂହଦେଓ ଓ ପ୍ରସନ୍ନ ପାଲଙ୍କ ସମେତ ଧୋବେଇ ପୋଢ଼ଙ୍କୁ ଓଡ଼ିଶା ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ସଜ୍ଜା ଶୁଣାଇଥିଲେ। ହାଇକୋର୍ଟଙ୍କ ଅର୍ଡର କପି ପାଇବା ପରେ ବଲାଙ୍ଗୀର ସେସନ୍ସ କୋର୍ଟ […]

ଅଦ୍ୟତନ ହୋଇଛି
ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ: ଦୋଷୀ ଧୋବେଇ ପୋଢ଼ ଗିରଫ

podha

Advertisment

ବଲାଙ୍ଗୀର: ବଲାଙ୍ଗୀରର ବହୁ ଚର୍ଚ୍ଚିତ ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ ମାମଲାରେ ୪୧ ବର୍ଷ ପରେ ଦୋଷୀ ସାବ୍ୟସ୍ତ ତିନି ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି ହେବାର ଦିନକ ପରେ ଶୁକ୍ରବାର ପୁଲିସ୍ ଜଣଙ୍କୁ ଗିରଫ କରିଛି। ସେ ହେଲେ ଧୋବେଇ ପୋଢ଼। ଆର୍ତ୍ତତ୍ରାଣ ସିଂହଦେଓ ଓ ପ୍ରସନ୍ନ ପାଲଙ୍କ ସମେତ ଧୋବେଇ ପୋଢ଼ଙ୍କୁ ଓଡ଼ିଶା ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ସଜ୍ଜା ଶୁଣାଇଥିଲେ। ହାଇକୋର୍ଟଙ୍କ ଅର୍ଡର କପି ପାଇବା ପରେ ବଲାଙ୍ଗୀର ସେସନ୍ସ କୋର୍ଟ ଗତକାଲି ଏହି ତିନି ଦୋଷୀଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଥିଲେ। ଆଉ ଏହା ପରେ ତାଙ୍କୁ କୁଳେରବାହାଲ ଗାଁରୁ ଗିରଫ କରାଯାଇଛି। ପୂର୍ବରୁ ସେ ବଲାଙ୍ଗୀର ସୁଦପଡ଼ାରେ ରହୁଥିଲେ। କିନ୍ତୁ ଏବେ କୁଳେରବାହାଲରେ ରହୁଛନ୍ତି। ତାଙ୍କୁ ଆଜି ବଲାଙ୍ଗୀର ସେସନ୍ସ କୋର୍ଟରେ ହାଜର କରାଯାଇଛି। ତା’ପରେ ତାଙ୍କୁ ବଲାଙ୍ଗୀର ଜେଲକୁ ପଠାଇ ଦିଆଯିବ। ଧୁବେଇ ପୋଢ଼ କହିଛନ୍ତି ଯେ ସେ ପର୍ଶୁରାମଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ନଥିଲେ।

Advertisment

ଅନ୍ୟ ଦୁଇ ଦୋଷୀଙ୍କୁ ଗିରଫ କରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି।

ଏ ମାମଲାରେ ମୋଟ ୯ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ପରଲୋକ ହୋଇସାରିଛି। କେବଳ ଏହି ତିନି ଜଣ ଜୀବିତ ଅଛନ୍ତି। ୧୯୭୪ ମସିହା ନଭେମ୍ବର ମାସ ୨୯ ତାରିଖରେ ଏମାନ ଉଦୀୟମାନ ଯୁବ ନେତା ପର୍ଶୁରାମ ଶତପଥୀଙ୍କୁ ଜିପରେ ଚାପି ହତ୍ୟା କରିଥିଲା। ଏହି ମାମଲାରେ ପ୍ରଥମେ ଦୋଷୀମାନେ ତଳ ଓ ହାଇକୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ତେବେ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ଥରେ ମାମଲାର ଶୁଣାଣି ଆରମ୍ଭ କରିଥିଲେ ହାଇକୋର୍ଟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe