Advertisment

ଅଗଷ୍ଟ ୧ ଯାଏ ଆଂଶିକ ଲକଡାଉନ୍, ରାଜ୍ୟସାରା ଗଡ଼ିବ ବସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ବଢ଼ିଲା ଆଂଶିକ ଲକଡାଉନ୍। ଅଗଷ୍ଟ ୧ ତାରିଖରେ ରାଜ୍ୟରେ ଆଂଶିକ ଲକଡାଉନ୍ ଜାରି ରହିବ। ତେବେ ସାରା ରାଜ୍ୟରେ ଲକଡାଉନ୍ ସମୟରେ ବସ୍ ଚାଲିବ। ଏ ନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ପୂର୍ବଭଳି ଜିଲ୍ଲା ଗୁଡ଼ିକୁ ଦୁଇଟି କ୍ୟାଟେଗୋରୀରେ ରଖାଯାଇଛି। କ୍ୟାଟେଗୋରୀ-ଏ’ରେ ୨୦ଟି ଓ କ୍ୟାଟେଗୋରୀ-ବି’ରେ ୧୦ଟି ଜିଲ୍ଲା ରହିଛନ୍ତି। କ୍ୟାଟେଗୋରୀ-ଏ’ରେ ଥିବା ଜିଲ୍ଲା ଗୁଡ଼ିକରେ ସପ୍ତାହରେ ସାତଦିନ ଯାଏ ଦୋକାନ ଖୋଲିବ। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଅଗଷ୍ଟ ୧ ଯାଏ ଆଂଶିକ ଲକଡାଉନ୍, ରାଜ୍ୟସାରା ଗଡ଼ିବ ବସ୍

Corona1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ବଢ଼ିଲା ଆଂଶିକ ଲକଡାଉନ୍। ଅଗଷ୍ଟ ୧ ତାରିଖରେ ରାଜ୍ୟରେ ଆଂଶିକ ଲକଡାଉନ୍ ଜାରି ରହିବ। ତେବେ ସାରା ରାଜ୍ୟରେ ଲକଡାଉନ୍ ସମୟରେ ବସ୍ ଚାଲିବ। ଏ ନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

Advertisment

ପୂର୍ବଭଳି ଜିଲ୍ଲା ଗୁଡ଼ିକୁ ଦୁଇଟି କ୍ୟାଟେଗୋରୀରେ ରଖାଯାଇଛି। କ୍ୟାଟେଗୋରୀ-ଏ'ରେ ୨୦ଟି ଓ କ୍ୟାଟେଗୋରୀ-ବି'ରେ ୧୦ଟି ଜିଲ୍ଲା ରହିଛନ୍ତି। କ୍ୟାଟେଗୋରୀ-ଏ'ରେ ଥିବା ଜିଲ୍ଲା ଗୁଡ଼ିକରେ ସପ୍ତାହରେ ସାତଦିନ ଯାଏ ଦୋକାନ ଖୋଲିବ। ସେହିପରି କ୍ୟାଟେଗୋରୀ-ବି'ରେ ସପ୍ତାହକୁ ୫ ଦିନ ଦୋକାନ ଖୋଲିବ। ପୂର୍ବଭଳି କ୍ୟାଟେଗୋରୀ-ବି' ଜିଲ୍ଲାରେ ଶନିବାର ଓ ରବିବାର ଶଟଡାଉନ୍ ବଳବତ୍ତର ରହିବ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟରେ ଏବେବି ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ଏଥିପାଇଁ ରାଜ୍ୟ ସରକାର କଟକଣା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ୟାଟେଗୋରୀ-ଏ'ରେ ଥିବା ୨୦ ଜିଲ୍ଲାରେ ସପ୍ତାହକ ସାତଦିନ ଯାଏ ସକାଳ ୬ଟାରୁ ରାତି ୮ଟା ଯାଏ ଦୋଦାକ ବଜାର ଖୋଲିବ। ସେହିପରି କ୍ୟାଟେଗୋରୀ-ବି'ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲିବ। ଏହି ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ଶଟଡାଉନ୍ ମଧ୍ୟ ବଳବତ୍ତର ରହିବ। ତେବେ କ୍ୟାଟେଗୋରୀ-ବି'ରେ ପୂର୍ବଭଳି ନାଇଟ୍ କର୍ଫ୍ୟୁ ଜାରି ରହିବ।

Advertisment

ସମଗ୍ର ରାଜ୍ୟରେ ବସ୍ ଚଳାଚଳ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ପୂର୍ବରୁ କେବଳ କ୍ୟାଟେଗୋରୀ-ବି'ରେ ବସ୍ ଚାଲିବା ପାଇଁ ଅନୁମତି ମିଳିଥିଲା। କିନ୍ତୁ ଏବେ ସବୁ ଜିଲ୍ଲାରେ ବସ୍ ଗଡ଼ିବ। ବସ୍‌ରେ ଯେତିକି ସିଟ୍, ସେତିକି ଯାତ୍ରୀଙ୍କୁ ବସିବାକୁ ଅନୁମତି ମିଳିବ। କେବଳ ପୁରୀ ଜିଲ୍ଲାରେ ଜୁଲାଇ ୨୫ ତାରିଖ ଯାଏ ବସ୍ ଚଳାଚଳ ବନ୍ଦ ରହିବ। ପୁରୀରେ ବର୍ତ୍ତମାନ ରଥଯାତ୍ରା ଚାଲିଛି। ତେଣୁ ବାହୁଡା ଯାତ୍ରା ଶେଷ ଯାଏ ବସ୍ ଏହି ଜିଲ୍ଲାକୁ ବସ୍ ଚଳାଚଳ ବନ୍ଦ ରହିବ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ସାରା ରାଜ୍ୟରେ ଏଣିକି ଟ୍ୟାକ୍ସି ଓ ଅଟୋ ରିକ୍ସା ଚଳାଚଳା କରିପାରିବ। ସବୁ ଜିଲ୍ଲାରେ ଯେତିକି ସମୟ ଦୋକାନ ବଜାର ଖୋଲିବ, ସେହି ସମୟ ଭିତରେ ହିଁ ଗାଡ଼ି ଚଳାଚଳ କରିପାରିବ। ସେହିପରି ଦୀର୍ଘଦିନ ଧରି ବନ୍ଦ ଥିବା ପାର୍ଲର୍, ସ୍ପା, ଜିମ୍, ସେଲୁନ୍ ମଧ୍ୟ କାଲିଠାରୁ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାବ୍ୟତୀତ ଆଉଟ୍ ଡୋର୍ ସ୍ପୋର୍ଟସ୍ ପାଇଁ ମଧ୍ୟ ସରକାର ଅନୁମତି ଦେଇଛନ୍ତି। ସେହି ସେଠାକୁ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ। ରାଜ୍ୟ ସରକାର ସାରା ରାଜ୍ୟରେ ଇନଡୋର୍ ଓ ଆଉଟ୍ ଡୋର୍ ଫିଲ୍ମ ଶୁଟିଂକୁ ଅନୁମତି ଦେଇଛନ୍ତି। କିନ୍ତୁ ପୂର୍ବଭଳି ପାର୍କ, ଶପିଂ ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ।

ବିବାହ କାର୍ଯ୍ୟକ୍ରମ, ଶୁଦ୍ଧିକ୍ରିୟା ପାଇଁ ପୂର୍ବରୁ ଯେଉଁ କଟକଣା ଥିଲା, ତାହା ଜାରି ରହିବ। ସ୍କୁଲ୍, କଲେଜ, କୋଚିଂ ସେଣ୍ଟର ଗୁଡ଼ିକ ପୂର୍ବଭଳି ବନ୍ଦ ରହିବ। ରାଜ୍ୟରେ ବାର୍ ଖୋଲିବାକୁ ଅନୁମତି ମିଳିବ ନାହିଁ। ହେଲେ ରେଷ୍ଟୁରାଣ୍ଟ ଖୋଲିବ। କିନ୍ତୁ ରେଷ୍ଟୁରାଣ୍ଟରେ ବସି ଖାଇହେବ ନାହିଁ। କେବଳ ଖାଦ୍ୟ ପାର୍ସଲ୍ ନେଇପାରିବେ।

COVID Guideline Lockdown In Odisha