Advertisment

୨୦ ମିନିଟ ପାଇଁ ଦେଖାଯିବ ସୂର୍ଯ୍ୟପରାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ମାସ ୨୫ ତାରିଖ ଅର୍ଥାତ୍ ମଙ୍ଗଳବାର ଆଂଶିକ ସୂର୍ଯ୍ୟପରାଗ ହେବ। ଅପରାହ୍ନ ୪ଟା ୫୬ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହେବ। ଏହା ଭୁବନେଶ୍ୱରରେ ୨୦ ମିନିଟ ପାଇଁ ଦେଖାଯିବ। ଏହି ସମୟରେ ସୂର୍ଯ୍ୟର ମାତ୍ର ୧୫ ପ୍ରତିଶତକୁ ଢାଙ୍କି ରଖିବ ଚନ୍ଦ୍ର। ଏହି ପ୍ରକ୍ରିୟାକୁ ଖାଲି ଆଖରେ ନ ଦେଖି, ସନଗ୍ଲାସ୍ ପିନ୍ଧି ବା ପ୍ରୋଜେକ୍ସନ ମାଧ୍ୟମରେ ଦେଖିବାକୁ ପରାମର୍ଶ ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ। ଏହା […]

ଅଦ୍ୟତନ ହୋଇଛି
୨୦ ମିନିଟ ପାଇଁ ଦେଖାଯିବ ସୂର୍ଯ୍ୟପରାଗ

sun

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ମାସ ୨୫ ତାରିଖ ଅର୍ଥାତ୍ ମଙ୍ଗଳବାର ଆଂଶିକ ସୂର୍ଯ୍ୟପରାଗ ହେବ। ଅପରାହ୍ନ ୪ଟା ୫୬ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହେବ। ଏହା ଭୁବନେଶ୍ୱରରେ ୨୦ ମିନିଟ ପାଇଁ ଦେଖାଯିବ। ଏହି ସମୟରେ ସୂର୍ଯ୍ୟର ମାତ୍ର ୧୫ ପ୍ରତିଶତକୁ ଢାଙ୍କି ରଖିବ ଚନ୍ଦ୍ର।

Advertisment

ଏହି ପ୍ରକ୍ରିୟାକୁ ଖାଲି ଆଖରେ ନ ଦେଖି, ସନଗ୍ଲାସ୍ ପିନ୍ଧି ବା ପ୍ରୋଜେକ୍ସନ ମାଧ୍ୟମରେ ଦେଖିବାକୁ ପରାମର୍ଶ ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ। ଏହା ୨୦୨୨ ର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ। ଭାରତ ସମେତ ଏସିଆ ଓ ୟୁରୋପର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ସୂର୍ଯ୍ୟପରାଗ ହେଉଥିବାରୁ ଆସନ୍ତା ୨୫ ତାରିଖ ମଙ୍ଗଳବାରକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଏହି ଦିନ ସମସ୍ତ ସରକାରୀ ସ୍କୁଲ, କଲେଜ, ଅଫିସ, ବ୍ୟାଙ୍କ ପ୍ରଭୃତି ବନ୍ଦ ରହିବ।

ଅନ୍ୟପଟେ ଏହି ସୂର୍ଯ୍ୟପରାଗକୁ ଜ୍ୟୋତିଷ୍କମାନେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ବୋଲି ମତ ଦେଇଛନ୍ତି। ସୂର୍ଯ୍ୟପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ପାକତ୍ୟାଗ ନୀତି ରହିଛି। ତେଣୁ ସୋମବାର ରାତି ୪ଟା ୫୭ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ। ଗ୍ରହଣ ସ୍ପର୍ଶ ମଙ୍ଗଳବାର ଦିନ ୪ଟା ୫୬ ମିନିଟ ୫୨ ସେକଣ୍ଡ ଓ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ସେକେଣ୍ଡରେ ରହିଛି।

Advertisment

https://twitter.com/mcbbsr/status/1583809992553287686?s=20&t=v8cwrHQknwYTmoByW2dzmw

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe