Advertisment

କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜମିଲା ମଦର ଆସର

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ପଞ୍ଚାୟତର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ କିଛି ପ୍ରବାସୀ ମଦ୍ୟପାନ କରୁଥିବାର ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣାରେ ପୁଲିସ୍‌ ଜଣଙ୍କୁ ଗିରଫ କରିଛି।  ଅଭିଯୁକ୍ତ ନାଁ  ବିଷ୍ଣୁ ରାଉତ। ଏହି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ୧୭ ଅନ୍ତେବାସୀ ରହୁଛନ୍ତି। ହେଲେ କିଛି ଅନ୍ତେବାସୀ ମଦ୍ୟପାନ କରୁଥିବାର ଫଟୋ ନିକଟରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପୁଲିସ୍‌ ଏହି ଘଟଣାର ତଦନ୍ତ କରି  ଅନ୍ତେବାସୀଙ୍କୁ […]

author-image
Jyoshna Pradhan
କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜମିଲା ମଦର ଆସର

andapur

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ପଞ୍ଚାୟତର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ କିଛି ପ୍ରବାସୀ ମଦ୍ୟପାନ କରୁଥିବାର ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣାରେ ପୁଲିସ୍‌ ଜଣଙ୍କୁ ଗିରଫ କରିଛି।  ଅଭିଯୁକ୍ତ ନାଁ  ବିଷ୍ଣୁ ରାଉତ।

Advertisment

ଏହି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ୧୭ ଅନ୍ତେବାସୀ ରହୁଛନ୍ତି। ହେଲେ କିଛି ଅନ୍ତେବାସୀ ମଦ୍ୟପାନ କରୁଥିବାର ଫଟୋ ନିକଟରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପୁଲିସ୍‌ ଏହି ଘଟଣାର ତଦନ୍ତ କରି  ଅନ୍ତେବାସୀଙ୍କୁ ମଦ ଦେଇଥିବା ଅଭିଯୋଗରେ ଗତକାଲି ଖଲଣା ଗାଁର ବିଷ୍ଣୁ ରାଉତଙ୍କୁ ଗିରଫ କରିଛି। ଏଥିସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ତେବେ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ସରକାର ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣୁଛନ୍ତି। ଏହାସହ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରେ ରହିବା ସହ ଖାଇବାକୁ ମଧ୍ୟ ଦେଉଛନ୍ତି। ହେଲେ ସେସବୁକୁ ଭୃକ୍ଷେପ ନକରି ପ୍ରବାସୀ ଓଡ଼ିଆମାନେ ଏପରି ଦାୟିତ୍ୱହୀନ କାମ କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment