Advertisment

‘ଗାଡ଼ି ପାସ୍‌ର ନବୀକରଣ ଅନାବଶ୍ୟକ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ପାଇଁ କମିଶନରେଟ୍ ପୁଲିସ୍‌ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଡ଼ି ପାସ୍‌ର ନବୀକରଣ ଅନାବଶ୍ୟକ। କୋଭିଡ୍-୧୯ ଜନିତ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଏହି ପାସ୍‌ ବୈଧ ରହିବ ବୋଲି ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସବୁ ଗାଡ଼ି ପାସ୍‌ର ‌ଆଉ ନବୀକରଣର ଆବଶ୍ୟକତା ନାହିଁ। ନବୀକରଣ […]

author-image
Tapaswini Nayak
ଅଦ୍ୟତନ ହୋଇଛି
‘ଗାଡ଼ି ପାସ୍‌ର ନବୀକରଣ ଅନାବଶ୍ୟକ’

cp0000

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ପାଇଁ କମିଶନରେଟ୍ ପୁଲିସ୍‌ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଡ଼ି ପାସ୍‌ର ନବୀକରଣ ଅନାବଶ୍ୟକ। କୋଭିଡ୍-୧୯ ଜନିତ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଏହି ପାସ୍‌ ବୈଧ ରହିବ ବୋଲି ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସବୁ ଗାଡ଼ି ପାସ୍‌ର ‌ଆଉ ନବୀକରଣର ଆବଶ୍ୟକତା ନାହିଁ। ନବୀକରଣ ପାଇଁ ପୁଲିସ ପାଖକୁ ନ ଆସିବା ଲାଗି ସେ ସ୍ପଷ୍ଟ କରିଛନ୍ତି।

Advertisment

ସେହିପରି ଆଉ ଏକ ଟ୍ୱିଟ୍ କରି ସିପି କହିଛନ୍ତି ଯେ ଯେଉଁ ସ୍ଥାନରେ ପେଟ୍ରୋଲ୍ ଷ୍ଟେସନ୍ ଗୁଡ଼ିକ ଖୋଲା ରହିଛି ସେଠାରେ ଟାୟାର ମରାମତି ଦୋକାନ ଗୁଡ଼ିକ ଖୋଲା ରହିବ। ତେବେ କେବଳ ଜରୁରୀ ସେବାରେ ନିୟୋଜିତ ହୋଇଥିବା ଗାଡ଼ି ଓ ବାଇକ୍‌ଗୁଡ଼ିକର ସେଠାରେ ମରାମତି ହୋଇପାରିବ।