Advertisment

ଅଧାବାଟରେ ଅଟକିଛନ୍ତି ଯାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ପାଳନ ଯୋଗୁ ରାଜ୍ୟବ୍ୟାପୀ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି। ଭୁବନେଶ୍ୱର ବରମୁଣ୍ଡାରେ ବିଭିନ୍ନ ଆଡୁ ଆସିଥିବା ଯାତ୍ରୀ ସକାଳୁ ଅଟକି ରହିଛନ୍ତି। ସମ୍ବଲପୁର, କୋରାପୁଟ୍ ଓ ରାଉରକେଲା ଭଳି ଦୂର ଜାଗାରୁ ଆସିଥିବା ଯାତ୍ରୀ ବଡ଼ି ଭୋରରୁ ବରମୁଣ୍ଡା ବସଷ୍ଟାଣ୍ଡ ପଡ଼ି ରହିଛନ୍ତି। ଆବଶ୍ୟକ ସୁବିଧା ନ […]

author-image
Rakesh Mallick
ଅଧାବାଟରେ ଅଟକିଛନ୍ତି ଯାତ୍ରୀ

bus1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ପାଳନ ଯୋଗୁ ରାଜ୍ୟବ୍ୟାପୀ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି।

Advertisment

publive-imageଭୁବନେଶ୍ୱର ବରମୁଣ୍ଡାରେ ବିଭିନ୍ନ ଆଡୁ ଆସିଥିବା ଯାତ୍ରୀ ସକାଳୁ ଅଟକି ରହିଛନ୍ତି। ସମ୍ବଲପୁର, କୋରାପୁଟ୍ ଓ ରାଉରକେଲା ଭଳି ଦୂର ଜାଗାରୁ ଆସିଥିବା ଯାତ୍ରୀ ବଡ଼ି ଭୋରରୁ ବରମୁଣ୍ଡା ବସଷ୍ଟାଣ୍ଡ ପଡ଼ି ରହିଛନ୍ତି। ଆବଶ୍ୟକ ସୁବିଧା ନ ଥିବାରୁ ମହିଳା ଯାତ୍ରୀମାନେ ଅକଥନୀୟ ହଇରାଣ ହେଉଛନ୍ତି।

publive-imageସେହିପରି ଭଦ୍ରକରେ ରାଜପଥ ଅବରୋଧ ଯୋଗୁ କୋଲକାତାରୁ ଆସୁଥିବା ବସ୍ ଅଧାବାଟରେ ଅଟକି ରହିଛି। ବାହାରକୁ ଯିବା ଲାଗି ଯୋଜନା କରିଥିବା ଲୋକେ ଗାଡ଼ି ଚାଲୁ ନଥିବାରୁ ଷ୍ଟେସନ ଓ ଏୟାରପୋର୍ଟ ଯାଇ ନପାରି ହଇରାଣ ହୋଇଛନ୍ତି। କେତେକ ଲୋକ ଫ୍ଲାଇଟ ମିସ୍ କରିଥିବା ଅଭିଯୋଗ କରିଛନ୍ତି।

Advertisment