କେନ୍ଦୁଝର(ପ୍ରଣୟ ପାଣି): ସରକାର ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା କରିଛନ୍ତି। ଏହାଦ୍ୱାରା ଚାଷୀ ଉପକୃତ ହୋଇପାରିବେ ବୋଲି କହୁଛନ୍ତି। ଗରିବ ଚାଷୀଙ୍କୁ ଏହି ଯୋଜନା ସାହାରା ହେବ ବୋଲି ଦମ୍ଭୋକ୍ତି ଦେଖାଉଛନ୍ତି। ହେଲେ ବାସ୍ତବରେ ଏହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି, ଏଥିରେ ଆର୍ଥିକ ସ୍ୱଚ୍ଛଳ କେମିତି ସାମିଲ ହେଉଛନ୍ତି ତାହା କେନ୍ଦୁଝର ଘଟଣାକୁ ଦେଖିଲେ ଜାଣି ହେବ। ଏଠାରେ ଆଉ କେହି ନୁହେଁ ଖୋଦ ଜଣେ ବିଧାୟକ ‘କାଳିଆ’ ଯୋଜନାରେ ସାମିଲ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ହୃଷିକେଶ ନାଏକ।
ବିଧାୟକଙ୍କ ନାମ କ୍ରମାଙ୍କ ୫୦୦୨୫ରେ ସ୍ଥାନ ପାଇଛି। ଏଥିସହ ତାଙ୍କ ପିତାଙ୍କ ନାମ ସ୍ୱର୍ଗତ ବଳରାମ ନାଏକ, ଗ୍ରାମ କାଶିପାଳ ବୋଲି ମଧ୍ୟ ଉଲ୍ଲେଖ ରହିଛି।
ଏ ସମ୍ପର୍କରେ ବିଧାୟକଙ୍କୁ ପଚାରାଯିବାରୁ ସେ କହିଛନ୍ତି, “ଲ୍ୟାମ୍ପସ୍ରେ ମେମ୍ୱର ଅଛି। ସେଥିପାଇଁ ଏଭଳି ହୋଇଛି। ମୁଁ କାଳିଆ ଅର୍ଥ ନେବି ନାହିଁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ସୁଜାତାଙ୍କ ଭିଆରଏସ୍ : ପଣା ସଂକ୍ରାନ୍ତି ପରେ ଓଡ଼ିଶା ଛାଡ଼ିବେ ପାଣ୍ଡିଆନଙ୍କ ପରିବାର
୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଓଡ଼ିଶା ସରକାର ପ୍ରାୟ ୧୪ଦିନ ପକାଇ ରଖିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସୁଜାତାଙ୍କ ଆବେଦନ ଉପରେ ସରକାର ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

Education
ଷ୍ଟାଫ୍ ସିଲେକ୍ସନ୍ କମିଶନରୁ ହଟିନି ଦୁର୍ନୀତି ଓ ଅନିୟମିତତାର ଦାଗ !
ପିଲାଙ୍କୁ ଗ୍ରେସ ମାର୍କ ଦେବା ବାହାନାରେ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି।
Guest Column
ଜନଶୃତି କ’ଣ ଇତିହାସ ?
ବହୁ ସମୟରେ ଜନଶୃତିମାନଙ୍କୁ ଇତିହାସ ବୋଲି ଆମ ସମାଜରେ ଧରିନିଆଯାଇଛି। ଏହା ଦ୍ଵାରା ଜିଜ୍ଞାସା ବଦଳରେ ଔଲକିକତାକୁ ପୀଢି ପୀଢି ଧରି ପ୍ରକୃତ ଜ୍ଞାନ ବୋଲି ଆମର ସମାଜ ଜାଣୁଛି। ଫଳରେ, ପୁରାଣକୁ ଇତିହାସ ମନେକରି ଅନେକ ମଣିଷ ଯୁକ୍ତି କରିବା ମଧ୍ୟ ମୁଁ ଶୁଣିଛି।

Politics
ତାମିଲନାଡୁରେ ନବୀନ: କ’ଣ ଲୁଚାଇବାକୁ ଚାହୁଁଛନ୍ତି ପାଣ୍ଡିଆନ?
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ସହ କୋଏମ୍ବାଟୁର ବିମାନ ବନ୍ଦରରେ ଅବତରଣ କରିଥିବାର ଭିଡିଓ ନାଟକୀୟ ଢଙ୍ଗରେ ଓଡ଼ିଶାର ଗଣମାଧ୍ୟମକୁ ବିତରଣ କରାଯାଇଛି । କିଏ ଓ କାହିଁକି ଏଭଳି କରିଛି ତାହା ଭିନ୍ନ ପ୍ରସଙ୍ଗ ହୋଇଥିବାବେଳେ ଭିଡିଓରେ ନବୀନଙ୍କ ସହ ପାଣ୍ଡିଆନ ମଧ୍ୟ ରହିଥିବା ଦେଖିବାକୁ ମିଳିଛି ।

Politics
ଅଡ଼ୁଆରେ କିସ୍ : ତଦନ୍ତ କରି ଖୋର୍ଦ୍ଧା ଜିଲ୍ଲାପାଳ ଦେବେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ
୨୦୧୭ ଜୁଲାଇ ୬ତାରିଖରେ ଜିଲ୍ଲା ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି) ଯେଉଁ ରିପୋର୍ଟ ଓ ସୁପାରିଶ କରିଥିଲେ ତା’ର ଅନୁପାଳନ କାହିଁକି ହୋଇନି ସେ ନେଇ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳ ସ୍ପଷ୍ଟୀକରଣ ରଖିବେ ।