Advertisment

‘କାଳିଆ’ ହିତାଧିକାରୀ ତାଲିକାରେ ପାଟଣା ବିଧାୟକଙ୍କ ନାଁ

କେନ୍ଦୁଝର(ପ୍ରଣୟ ପାଣି): ସରକାର ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା କରିଛନ୍ତି। ଏହାଦ୍ୱାରା ଚାଷୀ ଉପକୃତ ହୋଇପାରିବେ ବୋଲି କହୁଛନ୍ତି। ଗରିବ ଚାଷୀଙ୍କୁ ଏହି ଯୋଜନା ସାହାରା ହେବ ବୋଲି ଦମ୍ଭୋକ୍ତି ଦେଖାଉଛନ୍ତି। ହେଲେ ବାସ୍ତବରେ ଏହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି, ଏଥିରେ ଆର୍ଥିକ ସ୍ୱଚ୍ଛଳ କେମିତି ସାମିଲ ହେଉଛନ୍ତି ତାହା କେନ୍ଦୁଝର ଘଟଣାକୁ ଦେଖିଲେ ଜାଣି ହେବ। ଏଠାରେ ଆଉ କେହି ନୁହେଁ ଖୋଦ ଜଣେ ବିଧାୟକ ‘କାଳିଆ’ ଯୋଜନାରେ ସାମିଲ ହୋଇଛନ୍ତି। ସେ ହେଲେ […]

‘କାଳିଆ’ ହିତାଧିକାରୀ ତାଲିକାରେ ପାଟଣା ବିଧାୟକଙ୍କ ନାଁ

mla

Advertisment

କେନ୍ଦୁଝର(ପ୍ରଣୟ ପାଣି): ସରକାର ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା କରିଛନ୍ତି। ଏହାଦ୍ୱାରା ଚାଷୀ ଉପକୃତ ହୋଇପାରିବେ ବୋଲି କହୁଛନ୍ତି। ଗରିବ ଚାଷୀଙ୍କୁ ଏହି ଯୋଜନା ସାହାରା ହେବ ବୋଲି ଦମ୍ଭୋକ୍ତି ଦେଖାଉଛନ୍ତି। ହେଲେ ବାସ୍ତବରେ ଏହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି, ଏଥିରେ ଆର୍ଥିକ ସ୍ୱଚ୍ଛଳ କେମିତି ସାମିଲ ହେଉଛନ୍ତି ତାହା କେନ୍ଦୁଝର ଘଟଣାକୁ ଦେଖିଲେ ଜାଣି ହେବ। ଏଠାରେ ଆଉ କେହି ନୁହେଁ ଖୋଦ ଜଣେ ବିଧାୟକ ‘କାଳିଆ’ ଯୋଜନାରେ ସାମିଲ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ହୃଷିକେଶ ନାଏକ।

Advertisment

ବିଧାୟକଙ୍କ ନାମ କ୍ରମାଙ୍କ ୫୦୦୨୫ରେ ସ୍ଥାନ ପାଇଛି। ଏଥିସହ ତାଙ୍କ ପିତାଙ୍କ ନାମ ସ୍ୱର୍ଗତ ବଳରାମ  ନାଏକ, ଗ୍ରାମ କାଶିପାଳ ବୋଲି ମଧ୍ୟ ଉଲ୍ଲେଖ ରହିଛି।

ଏ ସମ୍ପର୍କରେ ବିଧାୟକଙ୍କୁ ପଚାରାଯିବାରୁ ସେ କହିଛନ୍ତି, “ଲ୍ୟାମ୍ପସ୍‌ରେ ମେମ୍ୱର ଅଛି। ସେଥିପାଇଁ ଏଭଳି ହୋଇଛି। ମୁଁ କାଳିଆ ଅର୍ଥ ନେବି ନାହିଁ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe