iic-kendujhar
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନ ପୂର୍ବେ ଥାନା ଭିତରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରି ଜଣେ ଯୁବକଙ୍କୁ ନିସ୍ତୁକ ପିଟିବା ଘଟଣାରେ ସସ୍ପେଣ୍ଡ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା । ପୁଲିସ୍ ଡିଜି ଆଇଆଇସି ସନ୍ଧ୍ୟାରାଣୀଙ୍କୁ ସସ୍ପେଣ୍ଡ କରିଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବେ ଜମିବାଡ଼ି ବିବାଦକୁ ନେଇ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ପ୍ରଭାସରଭା ଗାଁର ରାଜୁ ମହାନ୍ତି ଓ ତାଙ୍କ ଦାଦାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ମାର୍ଚ୍ଚ ୨୫ ତାରିଖରେ ପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଆଇଆଇସି ସନ୍ଧ୍ୟାରାଣୀ ରାଜୁକୁ ଥାନାକୁ ଆଣି ଅତି ନିର୍ଦ୍ଦୟ ଭାବେ ଗଡ଼ାଇ ଗଡ଼ାଇ ଲାଠିରେ ପିଟିଥିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ଗୋଇଠା ପରେ ଗୋଇଠା ମାରି ଚାଲିଲେ। ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ସନ୍ଧ୍ୟାରାଣୀଙ୍କ ଅଡ଼ୁଆ ବଢ଼ିଥିଲା।
/odisha-reporter/media/post_attachments/wp-content/uploads/2020/05/cct-1.jpg)
ଖୋଦ ରାଜ୍ୟ ମାନବାଧିକାର କମିଶନ ଘଟଣାର ଜବାବ ତଲବ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବକୁ କେନ୍ଦୁଝର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। । ଏହାଛଡ଼ା ଆଇଆଇସିଙ୍କ ଦରମାରୁ ପୀଡ଼ିତ ଯୁବକଙ୍କୁ ତୁରନ୍ତ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଗୃହ ସଚିବ ଓ ଡିଜିପିଙ୍କୁ ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ମାନବାଧିକାର କମିଶନ।
ଏହାପରେ ଆଜି ଆଇଆଇସି ସନ୍ଧ୍ୟାରାଣୀଙ୍କୁ ସସ୍ପେଣ୍ଡ କରାଯାଇଥିବା ନେଇ ଟ୍ୱିଟ୍ କରିଛନ୍ତି ପୁଲିସ୍ ଡିଜି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/iic-kendujhar-1.jpg)