Advertisment

SCB: ଏସ୍‌ସିବିରେ ଛାତରୁ ପ୍ଲାଷ୍ଟର ଖସି ରୋଗୀ ଆହତ

ଆହତ ହୋଇଥିବା ରୋଗୀ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଞ୍ଚଳର ନାରାୟଣ ଦାସ (୭୦)। ସୁଗାର ଲୋ’ ହୋଇଯିବାରୁ ତାଙ୍କୁ ଗତକାଲି ରାତିରେ ଏସସିବି ମେଡିକାଲରେ ଭର୍ତି କରାଯାଇଥିଲା।

Plaster234
Advertisment

କଟକ ଏସସିବି ମେଡିକାଲର ପୁରୁଣା ମେଡିସିନ ୱାର୍ଡର ପ୍ରଥମ ମହଲାରେ ଛାତରୁ ପ୍ଳାଷ୍ଟର ଖସି ଜଣେ ରୋଗୀ ଆହତ ହୋଇଛନ୍ତି। ବେଡ୍‌ ଉପରେ ରୋଗୀ ଜଣଙ୍କ ଶୋଇଥିବା ବେଳେ ହଠାତ୍ ଛାତରୁ ପ୍ଳାଷ୍ଟର ଖସିଥିଲା। ପ୍ଲାଷ୍ଟର ରୋଗୀଙ୍କ ମୁଣ୍ଡରେ ପଡ଼ିଥିଲା। ଏହା ପରେ ତାଙ୍କୁ ଆଉ ଏକ ବେଡ୍‌କୁ ଶିଫ୍ଟ କରାଯାଇଛି। ତେବେ ପ୍ଲାଷ୍ଟର ପଡ଼ି ଆହତ ହେବା ପରେ ବହୁ ସମୟ ଧରି ତାଙ୍କୁ ଚିକିତ୍ସା କରାଯାଇ ନଥିଲା ବୋଲି ତାଙ୍କ ପୁଅ ଅଭିଯୋଗ କରିଛନ୍ତି।  

Advertisment

ଆହତ ହୋଇଥିବା ରୋଗୀ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଞ୍ଚଳର ନାରାୟଣ ଦାସ (୭୦)। ସୁଗାର ଲୋ’ ହୋଇଯିବାରୁ ତାଙ୍କୁ ଗତକାଲି ରାତିରେ ଏସସିବି ମେଡିକାଲରେ ଭର୍ତି କରାଯାଇଥିଲା। 

ଏସସିବି ମେଡିକାଲରେ ଏଭଳି ଘଟଣା ନୂଆ ନୁହଁ। ବିଗତ ଦିନରେ ଏପରି ଘଟଣା ଅନେକ ଘଟିଛି। ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ଘଟଣା ଘଟୁଛି। 

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe