‘ମୋ’ ପାଖରେ ସବୁ ପ୍ରମାଣ ଅଛି, କାହାକୁ ଠକି ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରାଇମ୍‌ବ୍ରାଞ୍ଚ, ଭିଜିଲାନ୍ସ ପରେ ଏବେ ପାଠକ ବାପପୁଅଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା କମିଶନରେଟ୍ ପୁଲିସ୍‌। ଟ୍ରାଭେଲ୍ ଏଜେନ୍ସି ସ୍କାଏ କିଙ୍ଗ କରିଥିବା ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ କୋର୍ଟରେ ହାଜର ହୋଇଛନ୍ତି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ । ଖାରବେଳ ନଗର ଥାନା ପୁଲିସ୍‌ କୋର୍ଟକୁ ବାପପୁଅଙ୍କ ଠକେଇ ସମ୍ପର୍କରେ ଅବଗତ କରିଛନ୍ତି । ଏହାପରେ  ଉଭୟଙ୍କୁ ଜେଲ୍‌ରୁ ଆଣି ଆଜି କୋର୍ଟରେ ହାଜର କରାଯାଇଛି । […]

akash pathak

akash pathak

Niharika Rout
  • Published: Friday, 11 December 2020
  • Updated: 11 December 2020, 01:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରାଇମ୍‌ବ୍ରାଞ୍ଚ, ଭିଜିଲାନ୍ସ ପରେ ଏବେ ପାଠକ ବାପପୁଅଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା କମିଶନରେଟ୍ ପୁଲିସ୍‌। ଟ୍ରାଭେଲ୍ ଏଜେନ୍ସି ସ୍କାଏ କିଙ୍ଗ କରିଥିବା ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ କୋର୍ଟରେ ହାଜର ହୋଇଛନ୍ତି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ।

ଖାରବେଳ ନଗର ଥାନା ପୁଲିସ୍‌ କୋର୍ଟକୁ ବାପପୁଅଙ୍କ ଠକେଇ ସମ୍ପର୍କରେ ଅବଗତ କରିଛନ୍ତି । ଏହାପରେ  ଉଭୟଙ୍କୁ ଜେଲ୍‌ରୁ ଆଣି ଆଜି କୋର୍ଟରେ ହାଜର କରାଯାଇଛି । ତେବେ ଆଜି କୋର୍ଟରେ ହାଜର ବେଳେ ପୁଣି ଥରେ ନିଜକୁ ନିର୍ଦ୍ଦୋଶ ବୋଲି କହିଛନ୍ତି ଆକାଶ। ମୋ ପାଖରେ ସବୁ ପ୍ରମାଣ ଅଛି, କାହାକୁ ଠକି ନାହିଁ ବୋଲି ଆକାଶ ପାଠକ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ସୂଚନାଯୋଗ୍ୟ, ବିମାନରେ ବୁଲିବା, ଯାତାୟତ ଓ ହୋଟେଲ ବୁକିଂ ବାବଦକୁ ୬୫ ଲକ୍ଷ ଟଙ୍କା ବାକି ଥିବା ନେଇ ସଂସ୍ଥା ପକ୍ଷରୁ ଆକାଶ ପାଠକଙ୍କ ନାଁରେ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଥିଲା। ଏନେଇ ଭୁବନେଶ୍ୱରସ୍ଥିତ ସ୍କାଏ କିଙ୍ଗ ସଂସ୍ଥାର ମୁଖ୍ୟ ଗଣମାଧ୍ୟମକୁ କହିଥିଲେ, ଆକାଶ ଟାଟା ମୋଟର୍ସର ଏମ୍‌ଡି ନ ଥିବା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ବକେୟା ଟଙ୍କା ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲି।

ଗତ ଜୁନ୍‌ରୁ ଆକାଶ ନିଜକୁ  ଟାଟା ମୋଟର୍ସର ଏମ୍‌ଡି ବୋଲି ନିଜକୁ ପରିଚୟ ଦେଇ  ଚାର୍ଟଡ ଫ୍ଲାଇଟ , ବିମାନ, ଟିକେଟ, ହୋଟେଲ ବୁକିଂ କରୁଥିଲେ। ସେ ଭୁବନେଶ୍ୱରରୁ ଜାମସେଦପୁର, ପୁନେ, ପଟଣା, ଦିଲ୍ଲୀ ଆଦି ସ୍ଥାନକୁ ଯାଇଥିଲେ। ବିଭିନ୍ନ ସମୟରେ ଆକାଶ ବୁକିଂ କରୁଥିବା ବେଳେ ଟଙ୍କା ମଧ୍ୟ ପେମେଣ୍ଟ କରିଦେଉଥିଲେ। ମାତ୍ର ଶେଷ ୨ ଥରର ପେମେଣ୍ଟ ଦେଇ ନ ଥିଲେ। ଟଙ୍କା ମାଗିବାରୁ ଆକାଶ ପାଠକ ପାଲଟା ଧମକ ଚମକ ଦେଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos