/odisha-reporter/media/post_attachments/uploads/2020/07/soro-55000-1.jpg)
soro
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତକୁ ସରପଞ୍ଚ ୪୮ ଘଣ୍ଟା ଶଟ୍ଡାଉନ୍ ଘୋଷଣା କରିଛନ୍ତି। ପଥରପେଣ୍ଠ ଗାଁର ଜଣେ ୪୫ ବର୍ଷୀୟ ବ୍ୟକ୍ତି ଗତକାଲି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ସରପଞ୍ଚ ଦେବାନନ୍ଦ ମଳିକ ଆଜି ସକାଳ ୬ଟାରୁ ୧୧ ତାରିଖ ସକାଳ ୬ଟା ଯାଏ ଶଟ୍ଡାଉନ୍ ଘୋଷଣା କରିଛନ୍ତି।
Advertisment
ଶଟ୍ଡାଉନ୍ ଯୋଗୁ ପଥରପେଣ୍ଠ ସମେତ ବାହାନଗା ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଥିସହ ସରକାରୀ ଅଫିସ ସମେତ ବ୍ୟାଙ୍କ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
