Advertisment

ଦୟନୀୟ ଅବସ୍ଥାରେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ବାଲିଆପାଳ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଟ୍ୱିଟରେ ଜନଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ମଧ୍ୟ ଅବଗତ କରାଇଛନ୍ତି, ଯାହାର ପ୍ରତିକ୍ରିୟା ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଇଛନ୍ତି। ପ୍ରକୃତରେ ଗତ ୧୮ ତାରିଖ ରାତିରେ ବାଲିଆପାଳ ବାସିନ୍ଦା ସନ୍ତୋଷ କୁମାର ଲେଙ୍କାଙ୍କ ବୃଦ୍ଧା ମାଆ ଜୟନ୍ତୀ ଲେଙ୍କାଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା। କାମ କରୁଥିବା ବେଳେ ଘରେ ଗୋଡ଼ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଦୟନୀୟ ଅବସ୍ଥାରେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

baliapala CHC

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ବାଲିଆପାଳ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଟ୍ୱିଟରେ ଜନଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ମଧ୍ୟ ଅବଗତ କରାଇଛନ୍ତି, ଯାହାର ପ୍ରତିକ୍ରିୟା ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଇଛନ୍ତି।

Advertisment

ପ୍ରକୃତରେ ଗତ ୧୮ ତାରିଖ ରାତିରେ ବାଲିଆପାଳ ବାସିନ୍ଦା ସନ୍ତୋଷ କୁମାର ଲେଙ୍କାଙ୍କ ବୃଦ୍ଧା ମାଆ ଜୟନ୍ତୀ ଲେଙ୍କାଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା। କାମ କରୁଥିବା ବେଳେ ଘରେ ଗୋଡ଼ ଖସି ମୁଣ୍ଡ ଫାଟି ଯିବାରୁ ତାଙ୍କର ରକ୍ତସ୍ରାବ ଆରମ୍ଭ ହୋଇଯାଇଥିଲା। ଏଣୁ ସନ୍ତୋଷ ତାଙ୍କ ମାଆଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାକାର ଅବସ୍ଥା ଦେଖି ସେ ଚକିତ ହୋଇଯାଇଥିଲେ।

Advertisment

ସନ୍ତୋଷଙ୍କ ଅଭିଯୋଗ ଅନୁଯାୟୀ, ବ୍ୟାପକ ଅବହେଳା ଭିତରେ ରହିଛି ବାଲିଆପାଳର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। କରୋନା କାଳରେ ମଧ୍ୟ ସେଠାକାର ଅପରିସ୍କାର ଓ ଅସ୍ୱାସ୍ଥ୍ଯକର ପରିବେଶ ଉପରେ ନିର୍ଭର କରୁଛନ୍ତି ବାଳିଆପାଳ ବାସିନ୍ଦା। ତେବେ ସନ୍ତୋଷ ସେଠାରେ ପହଞ୍ଚିବା ପରେ ଜଣେ ଡାକ୍ତର ରୋଗୀଙ୍କୁ ଦେଖି ମେଡିସିନ୍ ଲେଖି ପଳାଇଥିଲେ। ପରବର୍ତ୍ତୀ ସମୟରେ ସଫେଳ କର୍ମଚାରୀ ଆସି ରୋଗୀଙ୍କ ମୁଣ୍ଡ ଷ୍ଟିଚ୍ କରିଥିଲେ। ତେବେ ସେଠାକାର ପରିବେଶ ଅତ୍ୟନ୍ତ ଦୟନୀୟ ଥିଲା ବୋଲି ସେ କହିଛନ୍ତି।

ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଭଳି ପରିତ୍ୟକ୍ତ ଅବସ୍ଥାର ଦୃଶ୍ୟ ସହ ଏକ ଟ୍ୱିଟ ଜରିଆରେ ସନ୍ତୋଷ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହାପରେ ପରେ ସେଠାକାର କେତେଜଣ ସଚେତନ ନାଗରିକ ଏବଂ ସାମାଜିକ କର୍ମୀ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ମନ୍ତ୍ରୀ ଦାସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

ମନ୍ତ୍ରୀ ଦାସ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ବାଲେଶ୍ୱର ସିଡିଏମଓଙ୍କୁ ଏହି ଅଭିଯୋଗର ତଦନ୍ତ କରି କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ୭୨ ଘଣ୍ଟା ମଧ୍ୟରେ ତା'ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Health Minister Naba Das