ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ବାଲିଆପାଳ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଟ୍ୱିଟରେ ଜନଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ମଧ୍ୟ ଅବଗତ କରାଇଛନ୍ତି, ଯାହାର ପ୍ରତିକ୍ରିୟା ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଇଛନ୍ତି।
ପ୍ରକୃତରେ ଗତ ୧୮ ତାରିଖ ରାତିରେ ବାଲିଆପାଳ ବାସିନ୍ଦା ସନ୍ତୋଷ କୁମାର ଲେଙ୍କାଙ୍କ ବୃଦ୍ଧା ମାଆ ଜୟନ୍ତୀ ଲେଙ୍କାଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା। କାମ କରୁଥିବା ବେଳେ ଘରେ ଗୋଡ଼ ଖସି ମୁଣ୍ଡ ଫାଟି ଯିବାରୁ ତାଙ୍କର ରକ୍ତସ୍ରାବ ଆରମ୍ଭ ହୋଇଯାଇଥିଲା। ଏଣୁ ସନ୍ତୋଷ ତାଙ୍କ ମାଆଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାକାର ଅବସ୍ଥା ଦେଖି ସେ ଚକିତ ହୋଇଯାଇଥିଲେ।
@HFWOdisha Baliapal CHC is for human or animals?@Naveen_Odisha @CMO_Odisha @MoHFW_INDIA @pcsarangi @nabadasjsg Sir, we are risking our family's health in emergency, if this is the condition of our health care system.@DBalasore @AboutBalasore @otvnews @otvkhabar @kanak_news pic.twitter.com/AQlEsdNdix
— Santosh Lenka (@bioinfosantosh) August 18, 2020
ସନ୍ତୋଷଙ୍କ ଅଭିଯୋଗ ଅନୁଯାୟୀ, ବ୍ୟାପକ ଅବହେଳା ଭିତରେ ରହିଛି ବାଲିଆପାଳର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। କରୋନା କାଳରେ ମଧ୍ୟ ସେଠାକାର ଅପରିସ୍କାର ଓ ଅସ୍ୱାସ୍ଥ୍ଯକର ପରିବେଶ ଉପରେ ନିର୍ଭର କରୁଛନ୍ତି ବାଳିଆପାଳ ବାସିନ୍ଦା। ତେବେ ସନ୍ତୋଷ ସେଠାରେ ପହଞ୍ଚିବା ପରେ ଜଣେ ଡାକ୍ତର ରୋଗୀଙ୍କୁ ଦେଖି ମେଡିସିନ୍ ଲେଖି ପଳାଇଥିଲେ। ପରବର୍ତ୍ତୀ ସମୟରେ ସଫେଳ କର୍ମଚାରୀ ଆସି ରୋଗୀଙ୍କ ମୁଣ୍ଡ ଷ୍ଟିଚ୍ କରିଥିଲେ। ତେବେ ସେଠାକାର ପରିବେଶ ଅତ୍ୟନ୍ତ ଦୟନୀୟ ଥିଲା ବୋଲି ସେ କହିଛନ୍ତି।
ବାଲିଆପାଳ ବ୍ଲକ ରେ ଯୋଉଠି ଗୋଟିଏ ମାତ୍ର ହସ୍ପିଟାଲ୍ ତାର ୟେ ଅବସ୍ଥା ଦେଖି ଆମେ ଲଜ୍ଜିତ ମନେ କରୁଚୁ । @DBalasore ଆପଣ ଙ୍କ ଜୀବନ ରେ କେବେ ଏମିତି ହସ୍ପିଟାଲ୍ ଦେଖି ନଥିବେ .@pcsarangi ଆପଣ ଯୋଉ development ନାମ ରେ ଲୋକଙ୍କୁ vote magithile aita kan seha । Baliapal ra durbhagya jane akarmaya mla pain
— Bishwa sahoo (@bishwasahoo) August 18, 2020
More pathetic is housekeeping attendant doing stitching of head injury and we have to accept this truth in baliapal CHC witnessed tonight @nabadasjsg @DBalasore @pcsarangi sir, will you be ok if the same happens for your family?
— Santosh Lenka (@bioinfosantosh) August 18, 2020
ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏଭଳି ପରିତ୍ୟକ୍ତ ଅବସ୍ଥାର ଦୃଶ୍ୟ ସହ ଏକ ଟ୍ୱିଟ ଜରିଆରେ ସନ୍ତୋଷ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହାପରେ ପରେ ସେଠାକାର କେତେଜଣ ସଚେତନ ନାଗରିକ ଏବଂ ସାମାଜିକ କର୍ମୀ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ମନ୍ତ୍ରୀ ଦାସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।
ବହୁତ ଦୟନୀୟ ଅବସ୍ଥାରେ ବାଲିଆପାଳର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏମରଜେନ୍ସି ବିଭାଗ । ରୋଗୀର ଜୀବନ ଏଠି ଅସୁରକ୍ଷିତ ଡାକ୍ତରି ସେବା ପାଇଁ ଯେତିକି ନୁହଁ, ବିପଦଶଙ୍କୁଳ ଏବଂ ପରିତ୍ୟକ୍ତ ଅବସ୍ଥାରେ ଶଯ୍ୟା ଓ ଗୃହ ଚିତ୍ରରୁ ବେଶ୍ ସ୍ପଷ୍ଟ ବାରି ହେଉଛି । କିଛି ଅଘଟଣକୁ ଅପେକ୍ଷା କରୁଛି କି ପ୍ରଶାସନ? @nhmodisha @nabadasjsg @HFWOdisha https://t.co/9TqWbPkKsz
— ManasDas (@ManasJurno) August 19, 2020
ମନ୍ତ୍ରୀ ଦାସ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ବାଲେଶ୍ୱର ସିଡିଏମଓଙ୍କୁ ଏହି ଅଭିଯୋଗର ତଦନ୍ତ କରି କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ୭୨ ଘଣ୍ଟା ମଧ୍ୟରେ ତା'ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
Cdmo balasore has been asked to enquire on the complaint and submit action taken report in 72 hours for further action.
— Naba Kisore Das (@nabadasjsg) August 20, 2020