ମାସେ ତଳେ ମୋତିଆବିନ୍ଦୁ ଅପରେସନ୍ ହୋଇଥିଲେ ବଂଶୀଧର ରାଉତ। ଭାବିଥିଲେ ଅପରେସନ୍ ପରେ ଭଲ ଦେଖାଯିବ। ହେଲେ ତାଙ୍କ ଭାବନା ପୂରା ଭୁଲ୍ ହୋଇଗଲା। ଅପରେସନ୍ ପରେ ତାଙ୍କୁ ଏବେ ବିଲ୍କୁଲ୍ ଦେଖାଯାଉନି। ଆଜି ଏପରି ଅଭିଯୋଗ ଆସିଛି ଭଦ୍ରକରୁ। ତିହିଡି ଅଞ୍ଚଳର ବଂଶୀଧର ରାଉତଙ୍କ ଆଖିକୁ ଭଲ ଭାବେ ଦେଖାଯାଉନଥିଲା। ତେଣୁ ଭଦ୍ରକ ବାଇପାସ୍ ରୋଡ୍ରେ ଥିବା ରଘବାନନ୍ଦ ଆଇ ହସ୍ପିଟାଲକୁ ଆସିଥିଲେ। ଡ଼ାକ୍ତର ସନ୍ତୋଷ ସିଂ ତାଙ୍କର ଆଖି ପରୀକ୍ଷା କରିଥିଲେ। ଯାଞ୍ଚ ପରେ ବଂଶୀଧରଙ୍କ ବାମ ଆଖିରେ ମୋତିଆବିନ୍ଦୁ ହୋଇଥିବା ଡାକ୍ତର କହିଥିଲେ। ତା’ପରେ ତାଙ୍କର ଅପରେସନ୍ କରାଯାଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।