ଚାନ୍ଦବାଲି(ବାସୁଦେବ ଦାସ): ପୁଣି ଖଟିଆରେ ବୁହାହେଲେ ରୋଗୀ। ଭଦ୍ରକ ଜିଲ୍ଲା ନଳଗୋହିରା ପଞ୍ଚାୟତର ନୂଆଗାଁରେ ଏହି ଚିତ୍ର ଦେଖିବାକୁ ମିଳିଛି।
ସୂଚନାଅନୁସାରେ, ଗାଁର ଦିଲୀପ ବିଶ୍ଵାଳ କ୍ୟାନସର ରୋଗରେ ଆକ୍ରାନ୍ତ ଅଛନ୍ତି। ଆଜି ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ୧୦୮ ଆମ୍ୱୁଲାନ୍ସକୁ ପରିବାର ଲୋକେ ଫୋନ୍ କରିଥିଲେ। ହେଲେ ରାସ୍ତା ଖରାପ ଯୋଗୁ ଆମ୍ୱୁଲାନ୍ସ ତାଙ୍କ ଗାଁଠାରୁ ୧ କିମି ଦୂର ଅଟକି ରହିଯାଇଥିଲା। ଏହାପରେ ଦିଲୀପଙ୍କ ପରିବାର ଓ ଗାଁ ଲୋକେ ତାଙ୍କୁ ଏକ ଖଟିଆରେ ବୋହି ଆମ୍ୱୁଲାନ୍ସ ନିକଟକୁ ଆଣିଥିଲେ। ସେଠାରୁ ତାଙ୍କୁ ଚାନ୍ଦବାଲି ଡାକ୍ତରଖାନା ନିଆଯାଇଥିଲା।
ଅନ୍ୟପକ୍ଷରେ ଏହି ଗାଁରେ ପାଖାପାଖି ୧୦୦ରୁ ଅଧିକ ଲୋକ ବସବାସ କରନ୍ତି। ଗାଁର ରାସ୍ତା ମରାମତି ପାଇଁ ଲୋକେ ବାରମ୍ୱାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଲୋକେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।