Advertisment

ଖଟିଆରେ ବୁହା ହେଲେ ରୋଗୀ

ଚାନ୍ଦବାଲି(ବାସୁଦେବ ଦାସ): ପୁଣି ଖଟିଆରେ ବୁହାହେଲେ ରୋଗୀ। ଭଦ୍ରକ ଜିଲ୍ଲା ନଳଗୋହିରା ପଞ୍ଚାୟତର ନୂଆଗାଁରେ ଏହି ଚିତ୍ର ଦେଖିବାକୁ ମିଳିଛି। ସୂଚନାଅନୁସାରେ, ଗାଁର ଦିଲୀପ ବିଶ୍ଵାଳ କ୍ୟାନସର ରୋଗରେ ଆକ୍ରାନ୍ତ ଅଛନ୍ତି। ଆଜି ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ୧୦୮ ଆମ୍ୱୁଲାନ୍ସକୁ ପରିବାର ଲୋକେ ଫୋନ୍ କରିଥିଲେ। ହେଲେ ରାସ୍ତା ଖରାପ ଯୋଗୁ ଆମ୍ୱୁଲାନ୍ସ ତାଙ୍କ ଗାଁଠାରୁ ୧ କିମି ଦୂର ଅଟକି ରହିଯାଇଥିଲା। ଏହାପରେ ଦିଲୀପଙ୍କ ପରିବାର ଓ ଗାଁ ଲୋକେ ତାଙ୍କୁ ଏକ […]

ଖଟିଆରେ ବୁହା ହେଲେ ରୋଗୀ

road

Advertisment

ଚାନ୍ଦବାଲି(ବାସୁଦେବ ଦାସ): ପୁଣି ଖଟିଆରେ ବୁହାହେଲେ ରୋଗୀ। ଭଦ୍ରକ ଜିଲ୍ଲା ନଳଗୋହିରା ପଞ୍ଚାୟତର ନୂଆଗାଁରେ ଏହି ଚିତ୍ର ଦେଖିବାକୁ ମିଳିଛି।

Advertisment

ସୂଚନାଅନୁସାରେ, ଗାଁର ଦିଲୀପ ବିଶ୍ଵାଳ କ୍ୟାନସର ରୋଗରେ ଆକ୍ରାନ୍ତ ଅଛନ୍ତି। ଆଜି ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ୧୦୮ ଆମ୍ୱୁଲାନ୍ସକୁ ପରିବାର ଲୋକେ ଫୋନ୍ କରିଥିଲେ। ହେଲେ ରାସ୍ତା ଖରାପ ଯୋଗୁ ଆମ୍ୱୁଲାନ୍ସ ତାଙ୍କ ଗାଁଠାରୁ ୧ କିମି ଦୂର ଅଟକି ରହିଯାଇଥିଲା। ଏହାପରେ ଦିଲୀପଙ୍କ ପରିବାର ଓ ଗାଁ ଲୋକେ ତାଙ୍କୁ ଏକ ଖଟିଆରେ ବୋହି ଆମ୍ୱୁଲାନ୍ସ ନିକଟକୁ ଆଣିଥିଲେ।  ସେଠାରୁ ତାଙ୍କୁ ଚାନ୍ଦବାଲି ଡାକ୍ତରଖାନା ନିଆଯାଇଥିଲା।

ଅନ୍ୟପକ୍ଷରେ ଏହି ଗାଁରେ ପାଖାପାଖି ୧୦୦ରୁ ଅଧିକ ଲୋକ ବସବାସ କରନ୍ତି। ଗାଁର ରାସ୍ତା ମରାମତି ପାଇଁ ଲୋକେ ବାରମ୍ୱାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଲୋକେ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe