/odisha-reporter/media/post_attachments/uploads/2015/07/IMG-20150728-WA00101.jpg)
giraf
ଭୁବନେଶ୍ୱର: ପାତ୍ରପଡା ଦିଲୀପ ନାୟକ ହତ୍ୟା ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ରାଜୁ ବାରିକକୁ ଆଜି କମିଶନରେଟ୍ ପୋଲିସ ୩ ଦିନିଆ ରିମାଣ୍ଡରେ ନେଇଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ରାଜୁକୁ ରିମାଣ୍ଡରେ ଆଣିବାକୁ କମିଶନରେଟ୍ ପୋଲିସ୍ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲା।
Advertisment
ଦୀର୍ଘ ୪୦ ଦିନର ଲୁଚକାଳି ଖେଳ ପରେ ଶେଷରେ ଧରାପଡ଼ିଥିଲା ରାଜୁ। ବିଭିନ୍ନ ସମୟରେ ବେଶ ବଦଳାଇ ଚକମା ଦେଉଥିବା ରାଜୁକୁ ପୋଲିସ୍ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରୁ ଗିରଫ କରିଥିଲା। ସେହିପରି ସେ ଖଣ୍ଡପଡାରେ ଲୁଚି ରହିଥିବା ଧରମ ମାଉସୀ ପୁଷ୍ପଲତାକୁ ଗତକାଲି ପୋଲିସ ଗିରଫ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
