Advertisment

ମୁଖ୍ୟମନ୍ତ୍ରୀଙ୍କ ଭେଟ ପାଆନ୍ତି ନାହିଁ ମନ୍ତ୍ରୀ-ବିଧାୟକ : ନିରଞ୍ଜନ

ଭୁବନେଶ୍ୱର/ବାଲେଶ୍ୱର(ଓଡ଼ିଶା ରିପୋର୍ଟର) : ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ ଆଜିଠୁ ଜାଗରଣ ଯାତ୍ରା ଆରମ୍ଭ କରିଛି। ଭୁବନେଶ୍ୱରସ୍ଥିତ ପିସିସି କାର୍ଯ୍ୟାଳୟରେ ଆଜି ଏହି ଜାଗରଣ ଯାତ୍ରାକୁ ୭୦ବର୍ଷୀୟ ଦୈତାରୀ ନାୟକ ଓ ତାଙ୍କ ପତ୍ନୀ ପତାକା ହଲାଇ ଉଦଘାଟନ କରିଛନ୍ତି। ଆଜି ପ୍ରଥମ ଦିନରେ ଜାଗରଣ ଯାତ୍ରା ବସ୍ ବାଲେଶ୍ୱରରେ ପହଞ୍ଚିବା ପରେ ରେମୁଣାରେ ଏକ ଜନସଭାକୁ ସମ୍ବୋଧିତ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। […]

author-image
Sampad Mahapatra
୧୪ରୁ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଯାତ୍ରା

congress_jagaran_jatra FINAL

ଭୁବନେଶ୍ୱର/ବାଲେଶ୍ୱର(ଓଡ଼ିଶା ରିପୋର୍ଟର) : ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ ଆଜିଠୁ ଜାଗରଣ ଯାତ୍ରା ଆରମ୍ଭ କରିଛି। ଭୁବନେଶ୍ୱରସ୍ଥିତ ପିସିସି କାର୍ଯ୍ୟାଳୟରେ ଆଜି ଏହି ଜାଗରଣ ଯାତ୍ରାକୁ ୭୦ବର୍ଷୀୟ ଦୈତାରୀ ନାୟକ ଓ ତାଙ୍କ ପତ୍ନୀ ପତାକା ହଲାଇ ଉଦଘାଟନ କରିଛନ୍ତି। ଆଜି ପ୍ରଥମ ଦିନରେ ଜାଗରଣ ଯାତ୍ରା ବସ୍ ବାଲେଶ୍ୱରରେ ପହଞ୍ଚିବା ପରେ ରେମୁଣାରେ ଏକ ଜନସଭାକୁ ସମ୍ବୋଧିତ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି।

Advertisment

ସେ କହିଛନ୍ତି ଯେ ଗତ ୧୮ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦିନଟିଏ ବି ରେମୁଣା ଆସିନାହାନ୍ତି। ସେ ତ ଓଡ଼ିଆ ଭାଷା ଜାଣନ୍ତି ନାହିଁ। ଲୋକଙ୍କ ସୁଖଦୁଃଖ ବୁଝିବେ କ’ଣ? ତାଙ୍କୁ ତ ତାଙ୍କ ମନ୍ତ୍ରୀ ଓ ବିଧାୟକମାନେ ଭେଟିପାରନ୍ତି ନାହିଁ। ଯିଏ ଗଲା ସିଏ ଅତିବେଶୀରେ ତାଙ୍କ ତାମିଲ ସଚିବଙ୍କୁ ଭେଟିକି ଆସିବ। ବିଜେଡି ସରକାରର ମନ୍ତ୍ରୀ ଦୁର୍ନୀତି କଥାକୁ ବିଧାନସଭା ଭିତରେ ସ୍ୱୀକାର କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଦୁର୍ନୀତି ହୋଇନି ବୋଲି କହି ଫାଙ୍କି ଦେଉଛନ୍ତି। ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବାକୁ ମୁଖ୍ୟମନ୍ତ୍ରୀ କାହିଁକି ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି, କଂଗ୍ରେସ ଅମଳରେ ରାଜ୍ୟରେ ବହୁ ଶିଳ୍ପ ସ୍ଥାପନ ହୋଇଥିଲା। କିନ୍ତୁ ବିଜେଡି ଅମଳରେ ଗୋଟିଏ ବି ନୂଆ ଶିଳ୍ପ ପ୍ରତିଷ୍ଠା ହୋଇପାରିନି। ରାଜ୍ୟର ଲକ୍ଷ ଲକ୍ଷ ଯୁବକ ଏବେ ରୋଜଗାର ପାଇଁ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି। କିନ୍ତୁ ରାଜ୍ୟରେ ଲକ୍ଷ ଲକ୍ଷ ସରକାରୀ ଚାକିରି ଖାଲି ପଡ଼ିଛି। ଏହା କ’ଣ ସୁଶାସନ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଆଜିଠୁ ଆରମ୍ଭ ହୋଇଥିବା ଏହି ଜାଗରଣ ଯାତ୍ରା ରାଜ୍ୟର ସମସ୍ତ ୩୧୪ ବ୍ଲକରେ ପର୍ଯ୍ୟାୟକ୍ରମେ ପରିକ୍ରମା କରିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ଉଦ୍ଦିଷ୍ଟ ଏହି ଜାଗରଣ ଯାତ୍ରା ଆଜି କଂଗ୍ରେସ ଭବନରେ ଏଆଇସିସି ସମ୍ପାଦକ ଜି. ରୁଦ୍ରରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରିଷ୍ଠ ନେତା ସୁର ରାଉତରାୟ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିଲା। ପାହାଡ଼କୁ ଖୋଳି ୩କିମି କେନାଲ ତିଆରି କରିଥିବା ଦୈତାରୀ ନାୟକ ଓ ତାଙ୍କ ପତ୍ନୀ କଂଗ୍ରେସର ଏହି ଜାଗରଣ ଯାତ୍ରାକୁ ଉଦଘାଟନ କରିଥିଲେ।

ଏହି ଜାଗରଣ ଯାତ୍ରାକୁ ଭଦ୍ରକରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଯାତ୍ରା ବାଲେଶ୍ୱର ଜିଲ୍ଲାରେ ୬ ତାରିଖ ପର୍ଯ୍ୟନ୍ତ ରହିବ। ଗାଁ ଗାଁକୁ ଯାଇ କଂଗ୍ରେସ ନେତାମାନେ ଲୋକଙ୍କୁ ଭେଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ।