‘୨୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗ ଘଟଣାକୁ ଚାପିଦେବାକୁ ବସିଛନ୍ତି ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗ ଘଟଣାକୁ ଚାପିଦେବାକୁ ବସିଛନ୍ତି ରାଜ୍ୟ ସରକାର । ଜମି ଦୁର୍ନୀତି ନେଇ ବିଜେଡି ବିରୋଧରେ ଏଭଳି ଅନେକ ଅଭିଯୋଗ ରହିଛି।  ଯଦି ଏହା ସତ ହୋଇଥାଏ, ତାହେଲେ ସରକାର ଦୁର୍ନୀତିର ଗନ୍ତାଘର ବୋଲି କୁହାଯିବ । ଟ୍ୱିଟ୍ ଯୋଗେ ଏଭଳି ମନ୍ତବ୍ୟ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।  ତାସହ ଏଭଳି ଦୁର୍ନୀତି ଅଭିଯୋଗ ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର ବୋଲି ସେ […]

niranjan-patnaik

niranjan-patnaik

Tapas Behera
  • Published: Thursday, 05 November 2020
  • Updated: 05 November 2020, 04:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗ ଘଟଣାକୁ ଚାପିଦେବାକୁ ବସିଛନ୍ତି ରାଜ୍ୟ ସରକାର । ଜମି ଦୁର୍ନୀତି ନେଇ ବିଜେଡି ବିରୋଧରେ ଏଭଳି ଅନେକ ଅଭିଯୋଗ ରହିଛି।  ଯଦି ଏହା ସତ ହୋଇଥାଏ, ତାହେଲେ ସରକାର ଦୁର୍ନୀତିର ଗନ୍ତାଘର ବୋଲି କୁହାଯିବ । ଟ୍ୱିଟ୍ ଯୋଗେ ଏଭଳି ମନ୍ତବ୍ୟ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।  ତାସହ ଏଭଳି ଦୁର୍ନୀତି ଅଭିଯୋଗ ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି।

ନବୀନ ସରକାର ଅମଳରେ ପାଞ୍ଚ ପାଞ୍ଚଟି ମେଗା ଜମି ଦୁର୍ନୀତି ନେଇ ଗତକାଲି ଅଭିଯୋଗ ଆଣିଥିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ  ତଥ୍ୟ ଭିତ୍ତିକ ପ୍ରମାଣ ସହ ସଂଗୀନ ଅଭିଯୋଗ ଆଣିଥିଲେ ପ୍ରଦୀପ।  ପ୍ରଦୀପ କହିଥିଲେ-ଟ୍ୱିନସିଟିରେ ଇଚ୍ଛାଧୀନ କୋଟାରେ ଘର ଓ ପ୍ଳଟ୍ ସ୍କାମରୁ ଗୋଟିଏ ବି ଜମି ସରକାରୀ ଖାତାକୁ ଫେରିନି।  ପ୍ରାୟ ୨୦ ହଜାର କୋଟିର ଜମି ଦୁର୍ନୀତିକୁ ଚାପି ଦେଇଛନ୍ତି ସରକାର । ତେବେ ଏ ସମସ୍ତ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍, ଶାସକଦଳର ପ୍ରତିକ୍ରିୟା ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos