ଟଙ୍କା ନାହିଁ କହି ଯୁଦ୍ଧ ପୂର୍ବରୁ ମଇଦାନ ଛାଡ଼ିଲେ ନିରଂଜନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଉଭୟ ବିଜେଡି ଓ ବିଜେପି ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ କଂଗ୍ରେସ ଏବେବି ନିଜର ପୁରୁଣା ରୋଗରେ ପୀଡ଼ିତ। ଦଳୀୟ କର୍ମୀଙ୍କ ମନୋବଳ ଓ ଉତ୍ସାହ ବୃଦ୍ଧି ପାଇଁ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବା ବଦଳରେ ଅର୍ଥାଭାବର ଆଳ ଦେଖାଇ ନିର୍ବାଚନ ଲଢ଼ିବା ପୂର୍ବରୁ ଅସ୍ତ୍ର ତ୍ୟାଗ କରିଛି। ଦେଶର ସର୍ବପୁରାତନ ରାଜନୀତିକ ଦଳ ତଥା ୪ଟି ରାଜ୍ୟରେ ଏବେ ନିଜର ସରକାର ଥିବା କଂଗ୍ରେସ ପାଖରେ ଗୋଟିଏ […]

niranjan-2-750x430

niranjan-2-750x430

Manoranjan Sial
  • Published: Friday, 27 September 2019
  • Updated: 27 September 2019, 07:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ଉଭୟ ବିଜେଡି ଓ ବିଜେପି ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ କଂଗ୍ରେସ ଏବେବି ନିଜର ପୁରୁଣା ରୋଗରେ ପୀଡ଼ିତ। ଦଳୀୟ କର୍ମୀଙ୍କ ମନୋବଳ ଓ ଉତ୍ସାହ ବୃଦ୍ଧି ପାଇଁ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବା ବଦଳରେ ଅର୍ଥାଭାବର ଆଳ ଦେଖାଇ ନିର୍ବାଚନ ଲଢ଼ିବା ପୂର୍ବରୁ ଅସ୍ତ୍ର ତ୍ୟାଗ କରିଛି। ଦେଶର ସର୍ବପୁରାତନ ରାଜନୀତିକ ଦଳ ତଥା ୪ଟି ରାଜ୍ୟରେ ଏବେ ନିଜର ସରକାର ଥିବା କଂଗ୍ରେସ ପାଖରେ ଗୋଟିଏ ଉପନିର୍ବାଚନ ଲଢ଼ିବା ପାଇଁ ଅର୍ଥ ନଥିବା କହି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଣିଥରେ ନିଜର ଅପାରଗତାକୁ ପଦାରେ ପକାଇଥିବା ରାଜନୀତିକ ମହଲରେ ଚର୍ଚ୍ଚା। ରାଜ୍ୟରେ ବିଜେଡି କ୍ଷମତାରେ ଥିବା ସତ୍ତ୍ୱେ ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ବିଜେପୁରକୁ ଦଖଲ କରିବାର ମାନସିକତା ସହ ନିର୍ବାଚନ ମଇଦାନକୁ ଦଳ ଓହ୍ଲାଉନଥିବାରୁ ସାଧାରଣ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ମିଳିଥିବା ସୂଚନା ଅନୁସାରେ, ବିଜେପୁର ଉପନିର୍ବାଚନରେ ଶେଷ ମୁହୂର୍ତ୍ତରେ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରି ଦଳ ସେଠାରେ ବରିଷ୍ଠ ନେତା ରିପୁନାଥ ସେଠଙ୍କ ସମର୍ଥକମାନଙ୍କୁ ଅସନ୍ତୁଷ୍ଟ କରିସାରିଛି। ଏବେ ବିଜେପୁରରେ କଡ଼ା ଲଢ଼େଇ ପାଇଁ ନିଜକୁ ପ୍ରସ୍ତୁତ କରିବା ପରିବର୍ତ୍ତେ ଗତ ସପ୍ତାହେ ହେଲା ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅର୍ଥାଭାବ କଥା କହି ହାତ ଟେକି ଦେଇଛନ୍ତି। ନିର୍ବାଚନବେଳେ ଦଳୀୟ ଟିକେଟ୍ ହାତେଇବା ପାଇଁ କଂଗ୍ରେସରେ ଅର୍ଥ କାରବାର ହେଉଥିବାର ଅନେକ ଉଦାହରଣ ପୂର୍ବରୁ ରାଜନୀତିକ ମହଲରେ ଚର୍ଚ୍ଚା ହୋଇଥାଏ। ଏପରିକି ନିର୍ବାଚନ ସରିବା ପରେ ଦଳର ନେତାମାନେ ଏଭଳି ଟିକେଟ୍ ବିକ୍ରିର ଅଭିଯୋଗ କରିବାକୁ ବି ପଛାନ୍ତି ନାହିଁ। ଏବେ ସେହି କଂଗ୍ରେସ ଉପନିର୍ବାଚନ ଲଢ଼ିବା ପାଇଁ ଅର୍ଥାଭାବ କଥା କହୁଥିବାରୁ ରାଜ୍ୟ କଂଗ୍ରେସରେ ଚାପା ଅସନ୍ତୋଷ ଦେଖାଦେଇଛି। ଦଳ ନିର୍ବାଚନକୁ ଯାଉଥିବାବେଳେ ସଭାପତିଙ୍କ ଏଭଳି ବୟାନ କର୍ମୀଙ୍କୁ ନିଶ୍ଚିତ ଭାବେ ନିରୁତ୍ସାହିତ କରିବ ବୋଲି କିଛି ଦଳୀୟ ନେତା ନିଜ ନାଁ ଗୁପ୍ତ ରଖି କହିଛନ୍ତି।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜେପୁର ଉପନିର୍ବାଚନରେ ଦଳ ଅର୍ଥ ଖର୍ଚ୍ଚ କରିବନାହିଁ। କେବଳ ଜନମତ ସଂଗ୍ରହ କରାଯିବ। ନିରାଡ଼ମ୍ବର ଭାବେ ଦଳ ଆସନ୍ତା ୩୦ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବ। ବିଜେଡି ଓ ବିଜେପି ସହ ପଟୁଆରରେ ପ୍ରତିଯୋଗିତା କରିବ ନାହିଁ।

ସୂଚନାଯୋଗ୍ୟ, ଗତ ବୁଧବାର ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ଲଢ଼ିବା ପାଇଁ ବଦାନ୍ୟ ବ୍ୟକ୍ତି ଓ ଦଳୀୟ ନେତାମାନଙ୍କଠୁ ଆର୍ଥିକ ସାହାଯ୍ୟ ଲୋଡ଼ିଥିଲେ। ସାଧାରଣ ନିର୍ବାଚନରେ ଦଳର ପାଣ୍ଠି ସରିଯାଇଥିବାରୁ କଂଗ୍ରେସ ପାଖରେ ଏବେ ଟଙ୍କା ନାହିଁ ବୋଲି କହିଥିଲେ। ଅବଶ୍ୟ ପରେ ଦଳର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ଏଥିରେ ତାଳିପକାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଆଜି ପୁଣିଥରେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମରେ ଏଭଳି ବୟାନ ଦେଇଥିବାରୁ କଂଗ୍ରେସ ମହଲରେ ଚାପା ଅସନ୍ତୋଷ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story