Advertisment

'ମନ୍ତ୍ରିପରିଷଦ ନା ବ୍ୟୁରୋକ୍ରାଟ୍, କିଏ ଚଲାଉଛି ରାଜ୍ୟ?'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାକୁ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛି ରାଜ୍ୟ କଂଗ୍ରେସ। ରାଜ୍ୟ ସରକାରଙ୍କ ୧୭ ହଜାର କୋଟି ପ୍ୟାକେଜ୍ ଘୋଷଣାକୁ ନେଇ ରାଜ୍ୟ ସରକାରକୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ୧୭ ହଜାର କୋଟିର ପ୍ୟାକେଜ ଏକ ଅବାସ୍ତବ ପ୍ୟାକେଜ୍। ସରକାର ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେଉନାହାନ୍ତି। ତେବେ ଏହି ଟଙ୍କା […]

ଅଦ୍ୟତନ ହୋଇଛି
‘କରୋନା ବ୍ୟାପୁଥିବା ଜିଲ୍ଲାକୁ ଶଟ୍‌ଡାଉନ୍ କରାଯାଉ’

PCC

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାକୁ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛି ରାଜ୍ୟ କଂଗ୍ରେସ। ରାଜ୍ୟ ସରକାରଙ୍କ ୧୭ ହଜାର କୋଟି ପ୍ୟାକେଜ୍ ଘୋଷଣାକୁ ନେଇ ରାଜ୍ୟ ସରକାରକୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Advertisment

ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ୧୭ ହଜାର କୋଟିର ପ୍ୟାକେଜ ଏକ ଅବାସ୍ତବ ପ୍ୟାକେଜ୍। ସରକାର ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେଉନାହାନ୍ତି। ତେବେ ଏହି ଟଙ୍କା କେମିତି ଖର୍ଚ୍ଚ ହେବ ବିଧାନସଭା ଡାକି ଆଲୋଚନା କଲେ ଭଲ ହୁଅନ୍ତା ବୋଲି ନିରଞ୍ଜନ କହିଛନ୍ତି।

ସେ ପୁଣି କହିଛନ୍ତି, ପୂର୍ବରୁ କ୍ୟାବିନେଟ୍ ବୈଠକରେ କୃଷି ପାଇଁ ଟଙ୍କା ଘୋଷଣା ହୋଇଛି। ପୂର୍ବରୁ ଏ ନେଇ ମନ୍ତ୍ରିପରିଷଦରେ ମଧ୍ୟ ଘୋଷଣା ହୋଇଥିଲା। ଦୁଇଟି ଘଟଣାର ତୁଳନାତ୍ମକ ଚିତ୍ର ଦେଇ ରାଜ୍ୟ କିଏ ଚଳାଉଛି? ମନ୍ତ୍ରିପରିଷଦ ନା ବ୍ୟୁରୋକ୍ରାଟ୍ ଚଳାଉଛି? ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି। ଏଥିସହ କୋଭିଡ୍ ହସ୍ପିଟାଲର କାର୍ଯ୍ୟକାରିତା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଯଦି ଅଧିକାଂଶ ଜିଲାରେ କୋଭିଡ୍ ହସ୍ପିଟାଲ ରହିଛି ବୋଲି ସରକାର ଦାବି କରୁଛନ୍ତି। ତେବେ ଅନ୍ୟ ଜିଲାରୁ କରୋନା ଆକ୍ରାନ୍ତ କାହିଁକି କଟକ, ଭୁବନେଶ୍ୱର ଆସୁଛନ୍ତି ବୋଲି ନିରଞ୍ଜନ ପ୍ରଶ୍ନ ଉଠାଇଛନ୍ତି।

Advertisment

ସୂଚନା ଥାଉ କି, ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁରେଶ ରାଉତରାୟ, ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe