pcr-accident-in-cuttack-paradeep-road
ପାରାଦୀପ (ରମାକାନ୍ତ ନାୟକ): ବିନା କାରଣରେ ପୁଲିସ ମାଡ଼ ମରିବାରୁ ପିସିଆର୍ ଭ୍ୟାନ୍ ଉପରେ ଟ୍ରକ ମଡ଼ାଇଦେଲା ଚାଳକ! ଆଜି ପୁଲିସ ବିରୋଧରେ ଏପରି ଅଭିଯୋଗ ଆସିଛି ବ୍ୟସ୍ତବହୁଳ କଟକ-ପାରାଦୀପ ରୋଡ୍ର ଦୋ’ ଛକରୁ। ଦୁର୍ଘଟଣା ପରେ ପୁଲିସ ପିସିଆର୍ ଭ୍ୟାନ୍ ଚାଳକକୁ ଅଟକ ରଖି ପଚରାଉଚରା କରୁଛି। କିନ୍ତୁ ଚାଳକକୁ ମାଡ଼ ମରା ପ୍ରଶ୍ନକୁ ପୁଲିସ ଏଡାଇ ଯାଉଥିବା ଜଣାପଡ଼ିଛି।
କଟକ-ପାରାଦୀପ ରୋଡ୍ର ଦୋ’ ଛକରେ ଆଜି ଏକ କୋଇଲା ବୋଝେଇ ଟ୍ରକ୍ ରାସ୍ତା ଅତିକ୍ରମ କରୁଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୁଲିସ ଟ୍ରକ୍କୁ ଅଟକାଇଥିଲା। କାଗଜପତ୍ର ମାଗିବା ସହିତ ଚାଳକକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିନା କାରଣରେ ପୁଲିସ ମାଡ଼ ମାରିଥିବାରୁ ଟ୍ରକ୍ ଚାଳକ ରାଗି ଯାଇଥିଲା। ପରେ ଟ୍ରକ୍କୁ ଦ୍ରୁତ ଗତିରେ ବେକ୍ କରି ପିସିଆର୍ ଭ୍ୟାନରେ ପିଟି ଦେଇଥିଲା। ଫଳରେ ପିସିଆର୍ ଭ୍ୟାନ୍ ସମ୍ମୁଖ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଗୋଟିଏ ବାଇକ୍ ଚୂରମାର ହୋଇଛି। ପିସିଆର୍ ଭ୍ୟାନ୍ ଚାଳକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/pcr-accident-in-cuttack-paradeep-road.jpg)