Advertisment

ଭିଜିଲାନ୍ସ ଜାଲରେ ପିଇଓ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁରିବାହାଲ ବ୍ଲକ ଚଲକୀ ପଞ୍ଚାୟତର ପିଇଓ ବିଶ୍ୱମ୍ବର ଭୋଇଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ବିଶ୍ୱମ୍ବରଙ୍କ କାର୍ଯ୍ୟାଳୟ ସହିତ ତିମିଆଁ ସ୍ଥିତ ତାଙ୍କ ପୈତୃକ ଘର ଓ ପାଟଣାଗଡ଼ ଗଙ୍ଗା ସାଗର ସ୍ଥିତ ତାଙ୍କର ବାସଭବନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ କରିଛି। ଏହି ଚଢ଼ଉରେ ବରଗଡ଼, ସମ୍ବଲପୁର, ସୋନପୁର ଓ ବଲାଙ୍ଗିର ଜିଲ୍ଲାର ଭିଜିଲାନ୍ସ ଟିମ୍‌ ସାମିଲ ହୋଇଛନ୍ତି। ବିଶ୍ୱମ୍ବର ଆୟ […]

ଅଦ୍ୟତନ ହୋଇଛି
ଭିଜିଲାନ୍ସ ଜାଲରେ ପିଇଓ

vigilance2

Advertisment

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁରିବାହାଲ ବ୍ଲକ ଚଲକୀ ପଞ୍ଚାୟତର ପିଇଓ ବିଶ୍ୱମ୍ବର ଭୋଇଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ବିଶ୍ୱମ୍ବରଙ୍କ କାର୍ଯ୍ୟାଳୟ ସହିତ ତିମିଆଁ ସ୍ଥିତ ତାଙ୍କ ପୈତୃକ ଘର ଓ ପାଟଣାଗଡ଼ ଗଙ୍ଗା ସାଗର ସ୍ଥିତ ତାଙ୍କର ବାସଭବନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ କରିଛି।

Advertisment

ଏହି ଚଢ଼ଉରେ ବରଗଡ଼, ସମ୍ବଲପୁର, ସୋନପୁର ଓ ବଲାଙ୍ଗିର ଜିଲ୍ଲାର ଭିଜିଲାନ୍ସ ଟିମ୍‌ ସାମିଲ ହୋଇଛନ୍ତି।

vigilance

ବିଶ୍ୱମ୍ବର ଆୟ ବର୍ହିଭୂତ ସମ୍ପତି ଠୁଳ କରି ରଖିଥିବା ନେଇ ପୂର୍ବରୁ ଅଭିଯୋଗ ହେଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ  ହେବା ପରେ ଆଜି ସକାଳେ ଚାରୋଟି ଟିମ୍‌ ଏକକାଳୀନ ଚଢ଼ଉ କରିଥିଲେ।

Advertisment

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ବିଶ୍ୱମ୍ବ‌ର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୁଁ ଆୟ ବର୍ହିଭୂତ ସମ୍ପତି ଠୁଳ କରିନାହିଁ। ମୋର ଯେତିକି ସମ୍ପତି ଅଛି, ତାହା ମୋ ଆୟ ଭିତରେ ଅଛି।

Vigilance Raid Corrupt Govt Officials
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe