Advertisment

ମାନବିକତା ଦେଖାଇଲେ; ବନ୍ୟା ପାଣିରେ କାନ୍ଧରେ ବୋହିଲେ ମୃତଦେହ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଗାଁ ଲୋକେ ଦେଖାଇଲେ ମାନବିକତା। ବନ୍ୟା ପାଣିରେ ଭାସି ମୃତ୍ୟୁ ଘଟିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ କାନ୍ଧରେ ବୋହି ଆମ୍ୱୁଲାନ୍ସ ନିକଟକୁ ଆଣିଲେ ଲୋକେ। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବ୍ଲକର ଖଡ଼ିପଦା ପଞ୍ଚାୟତର ଦକ୍ଷିଣ କୁରୁଆ ଗାଁରେ। ସୂଚନା ଅନୁସାରେ, ଗତକାଲି ଗାଁର ହେମନ୍ତ ଜେନା ବନ୍ୟା ପାଣିରେ ଭାସି ଯାଇଥିଲେ। ଏନେଇ ଗାଁ ଲୋକେ ଓଡ୍ରାଫ ଟିମକୁ ଖବର ଦେଇଥିଲେ। ହେଲେ ଓଡ୍ରାଫ ଟିମ୍ ଆସି ପାରି ନଥିଲା। ଆଜି […]

ଅଦ୍ୟତନ ହୋଇଛି
ମାନବିକତା ଦେଖାଇଲେ; ବନ୍ୟା ପାଣିରେ କାନ୍ଧରେ ବୋହିଲେ ମୃତଦେହ

bhadrak

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ଗାଁ ଲୋକେ ଦେଖାଇଲେ ମାନବିକତା। ବନ୍ୟା ପାଣିରେ ଭାସି ମୃତ୍ୟୁ ଘଟିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ କାନ୍ଧରେ ବୋହି ଆମ୍ୱୁଲାନ୍ସ ନିକଟକୁ ଆଣିଲେ ଲୋକେ। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବ୍ଲକର ଖଡ଼ିପଦା ପଞ୍ଚାୟତର ଦକ୍ଷିଣ କୁରୁଆ ଗାଁରେ।

Advertisment

ସୂଚନା ଅନୁସାରେ, ଗତକାଲି ଗାଁର ହେମନ୍ତ ଜେନା ବନ୍ୟା ପାଣିରେ ଭାସି ଯାଇଥିଲେ। ଏନେଇ ଗାଁ ଲୋକେ ଓଡ୍ରାଫ ଟିମକୁ ଖବର ଦେଇଥିଲେ। ହେଲେ ଓଡ୍ରାଫ ଟିମ୍ ଆସି ପାରି ନଥିଲା।

ଆଜି ସକାଳେ ଗାଁ ଲୋକେ ଖୋଜାଖୋଜି କରିବା ପରେ ହେମନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲେ। ହେଲେ ଗାଁକୁ ବନ୍ୟା ପାଣି ଘେରି ରହିଥିବାରୁ ଟ୍ରଲି କି ଆମ୍ୱୁଲାନ୍ସ ଆସି ପାରି ନଥିଲା। ତେଣୁ ଗାଁ ଲୋକେ ମୃତଦେହକୁ ଭାର କରି ଦକ୍ଷିଣ କୁରୁଆରୁ ଖଡ଼ିପଦା, ଖଡ଼ିପଦାରୁ ଦୋବଲ ପାର୍ କରି ଧାମନଗର ଯାଇଥିଲେ। ଧାମନଗର କଲେଜ ପାଖରୁ ଆମ୍ବୁଲାନ୍ସରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe