/odisha-reporter/media/media_files/2026/02/06/katak-2026-02-06-13-52-33.jpg)
ରାଜ୍ୟର ୧୧ଟି ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ବନାନ ସଂଶୋଧନ କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ତା’ମଧ୍ୟରେ ୭ଟି ଜିଲ୍ଲାର ଇଂରାଜୀ ବନାନ ମଧ୍ୟ ବଦଳିବ। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କାହାର କିଛି ଅଭିଯୋଗ କିମ୍ବା ଆପତ୍ତି ଥିଲେ ୧୫ ଦିନ ଭିତରେ ତଥ୍ୟ ସହ ଦେବାକୁ ବିଜ୍ଞପ୍ତିରେ ପ୍ରକାଶ ଉଲ୍ଲେଖ କରାଯାଇଛି।
ଯେଉଁ ୭ଟି ଜିଲ୍ଲାର ଇଂରାଜୀ ବନାନ ସଂଶୋଧନ ପାଇଁ ସରକାରଙ୍କର ପ୍ରସ୍ତାବ ରହିଛି, ସେଥିରେ କଟକର ନାଁ ନାହିଁ। ଏବେ ‘କଟକ’କୁ ଇଂରାଜୀରେ Cuttack ଲେଖାଉଛି। ତା’ ବଦଳରେ ଏହାକୁ ‘Katak’ ଲେଖାଯିବାକୁ ଦାବି ହୋଇଛି।
ସେହିଭଳି ବ୍ରହ୍ମପୁରର ଇଂରାଜୀ ବନାନକୁ ସଂଶୋଧନ କରିବାକୁ ଦାବି ହୋଇଛି। ଏବେ ଏହାକୁ ଇଂରାଜୀରେ Berhampur ଲେଖାଯାଉଛି। Berhampur ବଦଳରେ ଏହାକୁ Brahmapur କରିବାକୁ ଦାବି ହୋଇଛି।
ସୂଚନାଯୋଗ୍ୟ, ଦେବଗଡ଼ ଜିଲ୍ଲାକୁ ଇଂରାଜୀରେ Deogarh (ଦେଓଗଡ଼) ଲେଖାଯାଉଥିବା ବେଳେ ଏବେ Debagarh ଲେଖାଯିବାକୁ ପ୍ରସ୍ତାବ ରହିଛି। ଖୋରଧା ଜିଲ୍ଲାକୁ ଇଂରାଜୀରେ Khurda ଲେଖାଯାଉଥିବା ବେଳେ ଏଣିକି Khoradha ଲେଖାଯିବ। ଅନୁଗୋଳ ଜିଲ୍ଲାର ଇଂରାଜରେ Angul ଲେଖାଯାଉଥିବା ବେଳେ ଏଣିକି Anugol ଲେଖାଯିବ। ବାଲେଶ୍ୱର ଜିଲ୍ଲାକୁ ଇଂରାଜୀରେ Balasore ଲେଖାଯାଉଥିବା ବେଳେ ଏଣିକି Baleshwar ଲେଖାଯିବାର ପ୍ରସ୍ତାବ ରହିଛି। ସେହିପରି କେନ୍ଦ୍ରାପଡ଼ାକୁ Kendrapara ଲେଖାଯାଉଥିବା ବେଳେ ଏବେ Kendrapada ଲେଖାଯିବ। କେନ୍ଦୁଝରକୁ ଇଂରାଜୀରେ Keonjhar ଲେଖାଯାଉଥିବା ବେଳେ ଏଣିକି Kendujhar ଲେଖାଯିବ। ନୟାଗଡ଼କୁ Nayagarh ବଦଳରେ Nayagada ଲେଖାଯିବାର ପ୍ରସ୍ତାବ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
