Advertisment

‘ଆମ କେନ୍ଦୁପତ୍ରକୁ ବାହୁନୁଛନ୍ତି, ନାନା ବାହାନା ଦେଖାଇ କିଣୁ ନାହାନ୍ତି’

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଲକ୍‌ଡାଉନ୍ ବେଳେ ସଙ୍କଟରେ କେନ୍ଦୁପତ୍ର ତୋଳାଳି। ଏବେ କାମ ଧନ୍ଦା ନଥିବାରୁ ସେମାନେ ହାତ ବାନ୍ଧି ଘରେ ବସିଛନ୍ତି। ଏପରି ସ୍ଥିତିରେ ଲକ୍‌ଡାଉନ ଚାଲିଥିବା ବେଳେ ନିଜ ପେଟ ପାଟଣା ପାଇଁ ସେମାନେ ଜଙ୍ଗଲକୁ ଯାଇ କେନ୍ଦୁପତ୍ର ତୋଳିଛନ୍ତି। ହେଲେ ସେମାନଙ୍କୁ ଏହାର ମୂଲ ମିଳୁନି। ନାନା ବାହାନା ଦେଖାଇ ପତ୍ର କିଣୁନି ପ୍ରଶାସନ। ତେବେ ରାଜ୍ୟ ସରକାର ଗ୍ରାମାଞ୍ଚଳର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ହେଲେ ଏହି ନିର୍ଦ୍ଦେଶକୁ […]

ଅଦ୍ୟତନ ହୋଇଛି
‘ଆମ କେନ୍ଦୁପତ୍ରକୁ ବାହୁନୁଛନ୍ତି, ନାନା ବାହାନା ଦେଖାଇ କିଣୁ ନାହାନ୍ତି’

umercourt

Advertisment

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଲକ୍‌ଡାଉନ୍ ବେଳେ ସଙ୍କଟରେ କେନ୍ଦୁପତ୍ର ତୋଳାଳି। ଏବେ କାମ ଧନ୍ଦା ନଥିବାରୁ ସେମାନେ ହାତ ବାନ୍ଧି ଘରେ ବସିଛନ୍ତି। ଏପରି ସ୍ଥିତିରେ ଲକ୍‌ଡାଉନ ଚାଲିଥିବା ବେଳେ ନିଜ ପେଟ ପାଟଣା ପାଇଁ ସେମାନେ ଜଙ୍ଗଲକୁ ଯାଇ କେନ୍ଦୁପତ୍ର ତୋଳିଛନ୍ତି। ହେଲେ ସେମାନଙ୍କୁ ଏହାର ମୂଲ ମିଳୁନି। ନାନା ବାହାନା ଦେଖାଇ ପତ୍ର କିଣୁନି ପ୍ରଶାସନ। ତେବେ ରାଜ୍ୟ ସରକାର ଗ୍ରାମାଞ୍ଚଳର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ହେଲେ ଏହି ନିର୍ଦ୍ଦେଶକୁ ଖୋଦ୍ ସରକାରୀ କର୍ମଚାରୀ କିଭଳି ଫୁ’ କରି ଚାଲିଛନ୍ତି ତାହାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ସୀମାନ୍ତବର୍ତ୍ତୀ ନେହୁରା ପଞ୍ଚାୟତରେ।

Advertisment

ପଞ୍ଚାୟତର ବଡ଼ଗାଁ ସହ ୫ଟି ଗ୍ରାମର ଶତାଧିକ ଶ୍ରମିକଙ୍କଠାରୁ କେନ୍ଦୁପତ୍ର କିଣା ଯାଉ ନଥିବା ସହ ସେମାନଙ୍କୁ ଗାଳିଗୁଲଜ କରାଯାଉଥିବା ଅଭିଯୋଗ ହୋଇଛି। ଫଳରେ ଶ୍ରମିକମାନେ ଗତକାଲି ବାଧ୍ୟ ହୋଇ ତୋଳିଥିବା ସମସ୍ତ କେନ୍ଦୁପତ୍ର ରାସ୍ତାରେ ଫିଙ୍ଗି ପ୍ରତିବାଦ କରିଛନ୍ତି। ଅନ୍ୟପକ୍ଷରେ ଘଟଣାର ତଦନ୍ତ କରାଯିବ ବୋଲି ଡିଏଫଓ (କେନ୍ଦୁପତ୍ର) କିର୍ତ୍ତୀ ରଞ୍ଜନ ପରିଡା କହିଛନ୍ତି।

ଏନେଇ ଜଣେ କେନ୍ଦ୍ରୁପତ୍ର ତୋଳାଳି କହିଛନ୍ତି,“ଆମେ କେନ୍ଦୁପତ୍ର ତୋଳିଲୁ। ହେଲେ ଆମ ପତ୍ର ବିକ୍ରି ହୋଇପାରିଲା ନାହିଁ। ଆମ ପତ୍ରକୁ ବାହାନୁଛନ୍ତି। ତେଣୁ ଆମେ ପତ୍ରଗୁଡ଼ିକୁ ଫିଙ୍ଗି ଦେଲୁ। ପାହାଡ଼, ଜଙ୍ଗଲ  ବୁଲି ପତ୍ର ତୋଳିଲୁ। ଏବେ ଆମ ପତ୍ରକୁ କିଣୁ ନାହାନ୍ତି।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe