Advertisment

ସଟ୍‌ଡାଉନ୍‌କୁ ଫୁ, ବାହାନା ଦେଖାଇ ମେଳି କରୁଛନ୍ତି ଲୋକ

ଚାନ୍ଦବାଲି(ବାସୁଦେବ ଦାସ): ରାଜ୍ୟରେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ସରକାର ଏହି ୩ ଜିଲ୍ଲାକୁ ୬୦ ଘଣ୍ଟା ଯାଏ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଗତକାଲି ରାତି ୧୦ଟାରୁ ୨୬ ତାରିଖ  ସକାଳ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିବ। ସଟ୍‌ଡାଉନ୍‌ ଯୋଗୁ ୩ ଜିଲ୍ଲାରେ ଦୋକାନ ବଜାର ସବୁ ବନ୍ଦ ରହିଛି। ହେଲେ କିଛି ସ୍ଥାନରେ ଗାଁ ଲୋକେ ସଟ୍‌ଡାଉନ୍‌କୁ ମାନୁ ନଥିବା ଦେଖିବାକୁ ମିଳିଛି। […]

ଅଦ୍ୟତନ ହୋଇଛି
ସଟ୍‌ଡାଉନ୍‌କୁ ଫୁ, ବାହାନା ଦେଖାଇ ମେଳି କରୁଛନ୍ତି ଲୋକ

bhadrak

Advertisment

ଚାନ୍ଦବାଲି(ବାସୁଦେବ ଦାସ): ରାଜ୍ୟରେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ସରକାର ଏହି ୩ ଜିଲ୍ଲାକୁ ୬୦ ଘଣ୍ଟା ଯାଏ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

Advertisment

ଗତକାଲି ରାତି ୧୦ଟାରୁ ୨୬ ତାରିଖ  ସକାଳ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିବ। ସଟ୍‌ଡାଉନ୍‌ ଯୋଗୁ ୩ ଜିଲ୍ଲାରେ ଦୋକାନ ବଜାର ସବୁ ବନ୍ଦ ରହିଛି। ହେଲେ କିଛି ସ୍ଥାନରେ ଗାଁ ଲୋକେ ସଟ୍‌ଡାଉନ୍‌କୁ ମାନୁ ନଥିବା ଦେଖିବାକୁ ମିଳିଛି। ଲୋକେ ନା ମାକ୍ସ ପିନ୍ଧୁଛନ୍ତି,  ନା ଘରେ ରହୁଛନ୍ତି। publive-image

ଚାନ୍ଦବାଲି ଅଞ୍ଚଳର ବିଭିନ୍ନ ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ବିଭିନ୍ନ ବାହାନା ଦେଖାଇ ଲୋକେ ଗାଁରେ ମେଳି କରି ବୁଲୁଛନ୍ତି। ଏଥିସହ ମାକ୍ସ ନ ପିନ୍ଧି ଖଟି ମଧ୍ୟ କରୁଛନ୍ତି।  ଯେପରି ସରକାରଙ୍କ ସଟ୍‌ଉଡାଉନ୍‌କୁ ଫୁ  କରିଦେଉଛନ୍ତି। ପୁଲିସ୍‌ ଭଦ୍ରକ ଜିଲ୍ଲା ଚନ୍ଦବାଲି ଓ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ମୁଖ୍ୟ ରାସ୍ତାକୁ ସିଲ୍‌ କରିଛି।

Advertisment

ସାଏନ୍ତା ଗାଁର ଜଣେ ବ୍ୟକ୍ତି କହିଛନ୍ତି,“ ଆମେ ୬୦ ଘଣ୍ଟା ସଟ୍‌ଡାଉନ୍‌ ପାଳନ କରିବୁ। ଗାଈ ଫସଲ ଖାଇ ଦେଉଛନ୍ତି ବୋଲି ମୁଁ ଜଗିବାକୁ ଯାଇଥିଲି। ମୋ ପରିବାର ଲୋକେ ଘରେ ଅଛନ୍ତି। ଫସଲ ନଷ୍ଟ ହୋଇଯିବ ବୋଲି ଫସଲ ଦେଖିବାକୁ ଯାଇଥିଲି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe