/odisha-reporter/media/post_attachments/uploads/2020/11/COLD.jpg)
COLD
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧିରେ ଧିରେ ବଢୁଛି ଶୀତ। ସକାଳୁ ଓ ସୂର୍ଯ୍ୟସ୍ତ ପରେ ଥଣ୍ଡା ଅଧିକ ଅନୁଭୂତ ହେଉଛି। ବିଶେଷ ଭାବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଶୀତର ପରିମାଣ ଅଧିକ ରହିଛି।
Advertisment
ସେହିପରି ଉପୂକଳ ଓଡ଼ିଶାରେ ସନ୍ଧ୍ୟା ବେଳେ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୨ ରୁ ୩ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ତଳେ ରହିପାରେ। ଉପକୂଳରେ ବି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ତଳେ ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତା ୩ ଦିନ ଭିତରେ ଆହୁରି ୧ରୁ ୨ ଡିଗ୍ରୀ ଖସିପାରେ ପାରଦ। ତେବେ ଆସନ୍ତା ୧୧ ଓ ୧୨ ତାରିଖ ବେଳକୁ ରାଜ୍ୟର କିଛି ଭାଗରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସଂଭାବନା ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
