Advertisment

କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଧରାଛୁଆଁ ଦେଲେନି ; ତାତିଲେ ଲୋକେ

କେନ୍ଦୁଝର(ପ୍ରଣୟ ପାଣି): “ କରୋନା ପଜିଟିଭ ଚିହ୍ନଟ ପରେ ପ୍ରଥମେ ୭୨ ଘଣ୍ଟା କଣ୍ଟେନମେଣ୍ଟ ଜୋନ୍‌ ହେବ ବୋଲି ଘୋଷଣା କରାଗଲା। ହେଲେ ୮ ଦିନ ହେବ ଏହି କଟକଣା ବଳବତ୍ତର ରହିଛି। କୌଣସି ଅଧିକାରୀ ଧରା ଛୁଆଁ ଦେଉ ନାହାନ୍ତି।  ଫଳରେ ଆମେ ବାହାରକୁ ଯାଆସ କରିପାରୁନୁ।  କାମଧନ୍ଦା ବନ୍ଦ । ଆମେ ପତର, କାଠ ବେପାର କରି ଚଳୁଛୁ। ଏବେ ଖାଇବୁ କ’ଣ।’’ ଏପରି ଅଭିଯୋଗ ଆଣି  କଣ୍ଟେନମେଣ୍ଟ ଜୋନ୍‌ ପ୍ରତ୍ୟାହାର ଦାବିରେ  କେନ୍ଦୁଝର […]

author-image
Niharika Rout
ଅଦ୍ୟତନ ହୋଇଛି
କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଧରାଛୁଆଁ ଦେଲେନି ; ତାତିଲେ ଲୋକେ

keonjhar

କେନ୍ଦୁଝର(ପ୍ରଣୟ ପାଣି): “ କରୋନା ପଜିଟିଭ ଚିହ୍ନଟ ପରେ ପ୍ରଥମେ ୭୨ ଘଣ୍ଟା କଣ୍ଟେନମେଣ୍ଟ ଜୋନ୍‌ ହେବ ବୋଲି ଘୋଷଣା କରାଗଲା। ହେଲେ ୮ ଦିନ ହେବ ଏହି କଟକଣା ବଳବତ୍ତର ରହିଛି। କୌଣସି ଅଧିକାରୀ ଧରା ଛୁଆଁ ଦେଉ ନାହାନ୍ତି।  ଫଳରେ ଆମେ ବାହାରକୁ ଯାଆସ କରିପାରୁନୁ।  କାମଧନ୍ଦା ବନ୍ଦ । ଆମେ ପତର, କାଠ ବେପାର କରି ଚଳୁଛୁ। ଏବେ ଖାଇବୁ କ’ଣ।’’ ଏପରି ଅଭିଯୋଗ ଆଣି  କଣ୍ଟେନମେଣ୍ଟ ଜୋନ୍‌ ପ୍ରତ୍ୟାହାର ଦାବିରେ  କେନ୍ଦୁଝର ଜିଲ୍ଲା  କେନ୍ଦୁଝରଗଡ଼ ମ୍ୟୁନିସିପାଲଟି ଅଧୀନ ନିହାଲସିଂହ ଅଞ୍ଚଳବାସୀ ଆଜି ରାସ୍ତାକୁ ଓହ୍ଲାଇଥିଲେ। ହେଲେ ବହୁ ବୁଝାଶୁଝା ପରେ ଦୀର୍ଘ ସମୟ ପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିନେଇଥିବା ଜଣାଯାଇଛି।

Advertisment

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖରେ ନିହାଲସିଂହ ଅଞ୍ଚଳରେ ଜଣେ ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ ୭୨ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇ ସିଲ୍‌ କରି ଦିଆଗଲା। ହେଲେ ପରେ ଏହି କଟକଣା ବଳବତ୍ତର ରଖାଯାଇଥିବା ବେଳେ କେବେ ଉଠାଯିବ ସେ ସମ୍ପର୍କରେ କେହି ନିର୍ଦ୍ଦିଷ୍ଟ ଭାବେ କହିଲେ ନାହିଁ।  ଏହାପରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଲା।  ସେମାନଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଯାଉ ନ ଥିବା ବେଳେ ରାସନ ଚାଉଳ ସରିବାକୁ ବସିଲାଣି। ସବୁଦିନ ଖଟିଲେ ଖାଉଥିବା ବେଳେ ପାଖରେ ଥିବା ଟଙ୍କା, ଜିନିଷ ମଧ୍ୟ ସରିବାକୁ ବସିଲାଣି।

ପ୍ରତିବାଦରେ ଅଞ୍ଚଳବାସୀ ଆଜି ସକାଳେ ଏନ୍ଏଚ୍ ୪୯ ଅବରୋଧ କରିଥିଲେ। ଏଥିଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା। ଖବର ପାଇ ଘଟଣାସ୍ଥଳରେ ଉପଜିଲ୍ଲାପାଳ, ତହସିଲଦାର, ସଦର ଏସ୍‌ଡିପିଓ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘ ସମୟର ଆଲୋଚନା ପରେ କଣ୍ଟେନମେଣ୍ଟ ଜୋନ୍‌ କଟକଣା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବଳତ୍ତର ରହିବ ବୋଲି ଜଣାଯାଇଛି। କିନ୍ତୁ ଏହି ସମୟ ପରେ ତହସିଲଦାର ପ୍ରତିଦିନ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବେ। ସେମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଯିବ। ଏପରି ପ୍ରତିଶ୍ରୁତି ପରେ ଅଞ୍ଚଳବାସୀ ଆନ୍ଦୋଳନରୁ ଉଠିଯାଇଥିବା ଜଣାଯାଇଛି।

Advertisment