ଲୋକେ ବିକଳ୍ପ ଖୋଜୁଛନ୍ତି, ମିଳିଗଲେ ସାଙ୍ଗରେ ଛିଡ଼ା ହେବେ: ବୈଜୟନ୍ତ

ଅନୁଗୋଳ (ବିରଜା ଦାଶ): “ଓଡ଼ିଶାର ଲୋକେ ବିକଳ୍ପ ଖୋଜୁଛନ୍ତି। ଯେଉଁଠି ବିକଳ୍ପ ପାଇବେ ସାଙ୍ଗରେ ଛିଡ଼ା ହେବେ। ଲୋକେ ବୁଝିସାରିଲେଣି ଯେ ସେମାନେ ଅତ୍ୟାଚାରିତ ହେଉଛନ୍ତି।” ଆଜି ଅନୁଗୋଳର ବଅଁରପାଳରେ ହୋଇଥିବା ‘ହେଇଯାଉ’ କାର୍ଯ୍ୟକ୍ରମ ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏପରି ମତ ଦେଇଛନ୍ତି। ବୈଜୟନ୍ତ ଆଜି ଢେଙ୍କାନାଳ ଓ ଅନୁଗୋଳର ବିଭିନ୍ନ ସ୍ଥାନକୁ ଯାଇଥିଲେ। ଯେଉଁଠି ତାଙ୍କୁ ବିପୁଳ ସମର୍ଥନ ମିଳିଥିଲା। ସ୍ୱଇଚ୍ଛାରେ ହଜାର ହଜାର ଲୋକ ଆସି ତାଙ୍କ ସହ ବିଭିନ୍ନ ସମସ୍ୟା […]

baijayanta

baijayanta

Rakesh Mallick
  • Published: Friday, 09 November 2018
  • Updated: 09 November 2018, 10:55 PM IST

Sports

Latest News

ଅନୁଗୋଳ (ବିରଜା ଦାଶ): “ଓଡ଼ିଶାର ଲୋକେ ବିକଳ୍ପ ଖୋଜୁଛନ୍ତି। ଯେଉଁଠି ବିକଳ୍ପ ପାଇବେ ସାଙ୍ଗରେ ଛିଡ଼ା ହେବେ। ଲୋକେ ବୁଝିସାରିଲେଣି ଯେ ସେମାନେ ଅତ୍ୟାଚାରିତ ହେଉଛନ୍ତି।” ଆଜି ଅନୁଗୋଳର ବଅଁରପାଳରେ ହୋଇଥିବା ‘ହେଇଯାଉ’ କାର୍ଯ୍ୟକ୍ରମ ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏପରି ମତ ଦେଇଛନ୍ତି।

ବୈଜୟନ୍ତ ଆଜି ଢେଙ୍କାନାଳ ଓ ଅନୁଗୋଳର ବିଭିନ୍ନ ସ୍ଥାନକୁ ଯାଇଥିଲେ। ଯେଉଁଠି ତାଙ୍କୁ ବିପୁଳ ସମର୍ଥନ ମିଳିଥିଲା। ସ୍ୱଇଚ୍ଛାରେ ହଜାର ହଜାର ଲୋକ ଆସି ତାଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଏଥିରେ ସବୁ ବର୍ଗର ଲୋକଙ୍କୁ ଦେଖିବାକୁ ମିଳିଥିଲା।

[caption id="attachment_299095" align="aligncenter" width="750"]baijayanta ଏକ କୁନି ପିଲା ସହ ବୈଜୟନ୍ତ ପଣ୍ଡା[/caption]

ଅନୁଗୋଳର ବଅଁରପାଳରେ ପ୍ରାୟ ଏକ କିମି ହଜାର ହଜାର ଲୋକ ବୈଜୟନ୍ତଙ୍କ ସହ ଚାଲି ଚାଲି ଆସିଥିଲେ। ଅଞ୍ଚଳର ଲୋକଙ୍କ ପାଖରୁ ଏପରି ସ୍ନେହ ମିଳିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ସେ କହିଥିଲେ, “ଲୋକମାନେ ଯେମିତି ଏକାଠି ହେଉଛନ୍ତି, ଏଥିରୁ ଅନୁମାନ କରି ହେଉଛି, ସେମାନଙ୍କ ମଧ୍ୟରେ ପରିବର୍ତ୍ତନର ଭାବନା ଆସିଲାଣି। ଗୁଣ୍ଡାଗର୍ଦ୍ଦିର ଶାସନ, ହିଂସାକାଣ୍ଡ ଓ ଭ୍ରଷ୍ଟାଚାରରେ ଲୋକେ ଅତିଷ୍ଠ ହୋଇଗଲେଣି। ଏବେ ଲୋକେ ବିକଳ୍ପ ଖୋଜୁଛନ୍ତି। ଯେଉଁଠି ବିକଳ୍ପ ମିଳିବ ଲୋକମାନେ ତା' ସହ ଛିଡ଼ା ହେବାକୁ ପ୍ରସ୍ତୁତ ଅଛନ୍ତି।”

[caption id="attachment_299097" align="aligncenter" width="750"]baijayanta ନୃତ୍ୟର ତାଳେ ତାଳେ ବୈଜୟନ୍ତ ପଣ୍ଡାଙ୍କୁ ପାଛୋଟି ନେଉଛନ୍ତି ଲୋକେ[/caption]

ସେ ଆହୁରି କହିଥିଲେ, “ବିରୋଧୀ ଦଳର ନେତାମାନେ ଯେଉଁଠି କାର୍ଯ୍ୟକ୍ରମ କରୁଛନ୍ତି ତାଙ୍କୁ ହଇରାଣ କରାଯାଉଛି। ନିକଟରେ ଦେଖିଥିବେ, ଦାମ ବାବୁ ଓ ଖାରବେଳ ବାବୁଙ୍କୁ କେମିତି ହଇରାଣ କରାଗଲା। ମିଥ୍ୟା ଅଭିଯୋଗ ଲଗାଇ ମୋତେ କେମିତି ହଇରାଣ କରାଯାଉଛି, ଆପଣମାନେ ସମସ୍ତେ ଜାଣିଛନ୍ତି।

“ଲୋକଙ୍କ ମଧ୍ୟରେ ଏହି ଭାବନା ଆସି ସାରିଲାଣି ଯେ ସେମାନେ ବହୁତ ଅତ୍ୟାଚାର ସହିଲେଣି। ଏବେ ସେମାନେ ପରିବର୍ତ୍ତନ ଚାହୁଁଛନ୍ତି” ବୋଲି ବୈଜୟନ୍ତ କହିଛନ୍ତି।

ଯେଉଁଠି ବି ‘ହେଉଯାଉ’ କାର୍ଯ୍ୟକ୍ରମ ହେଉଛି, ସେଠାରେ ଲୋକଙ୍କ ଭଲ ପାଇବା ମିଳୁଛି। ଅନୁଗୋଳ ଓ ଢେଙ୍କାନାଳ ଯେବେ ଆସିଛି ଲୋକଙ୍କ ବହୁତ ସ୍ନେହ ପାଇଛି। ଏହାକୁ କେବେ ବି ଭୁଲି ପାରିବି ନାହିଁ। ଏ ଅଞ୍ଚଳର ଲୋକେ ସ୍ୱାଭିମାନୀ। ସାରା ଓଡ଼ିଶାରେ ଯେଉଁ ସ୍ଥିତି ହୋଇଛି, ତାକୁ ଏଠିକାର ଲୋକେ ମୁହଁ ଖୋଲି କହୁଛନ୍ତି। ସାରା ରାଜ୍ୟ ଏହାକୁ ଦେଖିପାରିବ ଓ ଶୁଣି ପାରିବ। ଆଗମା ଦିନରେ ଲୋକେ ଏହାର ଉତ୍ତର ଦେବେ ବୋଲି ସେ କହିଛନ୍ତି।

[caption id="attachment_299100" align="aligncenter" width="750"]baijayanta ମହିଳା ସମର୍ଥକଙ୍କ ସହ ବୈଜୟନ୍ତ ପଣ୍ଡା[/caption]

ସୂଚନାଯୋଗ୍ୟ, ବଅଁରପାଳ ଛକରେ ଆୟୋଜିତ ‘ହେଇଯାଉ’ କାର୍ଯ୍ୟକ୍ରମରେ ଯୋଗଦେଇ ବୈଜୟନ୍ତ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ବିଶେଷ କରି ସ୍ଥାନୀୟ ଅଞ୍ଚଳର ସମସ୍ୟା ଓ ରାଜନୈତିକ ପାଣିପାଗ ବିଷୟରେ ପଚାରି ବୁଝିଥିଲେ।

ପରେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଶ୍ରୀ ପଣ୍ଡା ବଅଁରପାଳରୁ ନାଲକୋ ଯାଇଥିଲେ। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନାଲକୋରେ କାମ କରୁଥିବା ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ପରିବାର ସହ ସେ କିଛି ସମୟ ବିତାଇବା ସହ ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ।

ଏହାସହ ବନ୍ତଳା ଛକରେ ମଧ୍ୟ ‘ହେଇଯାଉ’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

https://youtu.be/OzqQeRdKaMo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story