ଜଗା-କାଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା
ଭୁବନେଶ୍ୱର: ଜଗା-କାଳିଆଙ୍କ ଆଶୁ ଆରୋଗ୍ୟ କାମନା କରୁଛି ପୂରା ରାଜ୍ୟ। କନ୍ଧମାଳ ବିଜେଡି ପକ୍ଷରୁ ଫୁଲବାଣୀସ୍ଥିତ ରାମେଶ୍ୱର ମନ୍ଦିରରେ ମହାଦେବଙ୍କ ପୂଜାର୍ଚ୍ଚନା ଓ ଦୀପଦାନ କରାଯାଇଛି। ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରିଥିଲେ। କାମାକ୍ଷାନଗରବାସୀ ବି ଜଗା କାଳିଆଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି। ଜଗନ୍ନାଥ ମନ୍ଦିରରେ ଦୀପ ଜାଳି ସମୂହ ପ୍ରାର୍ଥନା କରିଛନ୍ତି।
ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଗତ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏମ୍ସକୁ ଯାଇ ଜଗା-କାଳିଆଙ୍କୁ ଭେଟିଥିଲେ।
Ordigital Desk
• Published: Sunday, 29 October 2017
• Updated: 29 October 2017, 08:47 AM IST
Sports
Latest News
ଭୁବନେଶ୍ୱର: ଜଗା-କାଳିଆଙ୍କ ଆଶୁ ଆରୋଗ୍ୟ କାମନା କରୁଛି ପୂରା ରାଜ୍ୟ। କନ୍ଧମାଳ ବିଜେଡି ପକ୍ଷରୁ ଫୁଲବାଣୀସ୍ଥିତ ରାମେଶ୍ୱର ମନ୍ଦିରରେ ମହାଦେବଙ୍କ ପୂଜାର୍ଚ୍ଚନା ଓ ଦୀପଦାନ କରାଯାଇଛି। ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପାଇଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରିଥିଲେ। କାମାକ୍ଷାନଗରବାସୀ ବି ଜଗା କାଳିଆଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି। ଜଗନ୍ନାଥ ମନ୍ଦିରରେ ଦୀପ ଜାଳି ସମୂହ ପ୍ରାର୍ଥନା କରିଛନ୍ତି।
ଜଗା-କାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଦେଖି ସହାୟତାର ହାତ ବଢ଼ାଇଥିଲେ ରାଜ୍ୟ ସରକାର। ଗତ ଜୁଲାଇ ୧୩ ତାରିଖରେ ଦିଲ୍ଲୀର ଏମ୍ସକୁ ଉଭୟଙ୍କୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ ଚିକିତ୍ସା ଲାଗି ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏମ୍ସକୁ ଯାଇ ଜଗା-କାଳିଆଙ୍କୁ ଭେଟିଥିଲେ।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos