Advertisment

ଏପଟେ ପାଟଣାରେ ପ୍ରଜାମେଳି, ସେପଟେ ଜିଲ୍ଲାପାଳଙ୍କ ଅଫିସ୍‌ରେ ମନ୍ତ୍ରଣା

ପାରାଦୀପ(ରମାକାନ୍ତ ନାୟକ): ପୋସ୍କୋ ଅଞ୍ଚଳରେ ପ୍ରସ୍ତାବିତ JSW ପ୍ରକଳ୍ପ ବିରୋଧରେ ଆଜି ଜନମେଳି ହୋଇଛି। ଏଥିରେ ଶତାଧିକ ଲୋକ ଯୋଗଦେଇ ପ୍ରକଳ୍ପକୁ ବିରୋଧ କରିଛନ୍ତି। ସମାନ୍ତରାଳ ଭାବେ JSW ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ବୈଠକ। ଏଥିରେ ଜିଲ୍ଲାର ଜନପ୍ରତିନିଧିମାନେ ଯୋଗଦେଇ ମନ୍ତ୍ରଣା କରୁଥିବା ଆଲୋଚନା ହେଉଛି। JSW ପ୍ରକଳ୍ପକୁ ବିରୋଧ କରି ଆଜି ଏରସମା ବ୍ଲକ୍‌ ପାଟଣାରେ ହୋଇଛି ଜନମେଳି। ଏଥିରେ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଏପଟେ ପାଟଣାରେ ପ୍ରଜାମେଳି, ସେପଟେ ଜିଲ୍ଲାପାଳଙ୍କ ଅଫିସ୍‌ରେ ମନ୍ତ୍ରଣା

Jagatsinghpur

ପାରାଦୀପ(ରମାକାନ୍ତ ନାୟକ): ପୋସ୍କୋ ଅଞ୍ଚଳରେ ପ୍ରସ୍ତାବିତ JSW ପ୍ରକଳ୍ପ ବିରୋଧରେ ଆଜି ଜନମେଳି ହୋଇଛି। ଏଥିରେ ଶତାଧିକ ଲୋକ ଯୋଗଦେଇ ପ୍ରକଳ୍ପକୁ ବିରୋଧ କରିଛନ୍ତି। ସମାନ୍ତରାଳ ଭାବେ JSW ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ବୈଠକ। ଏଥିରେ ଜିଲ୍ଲାର ଜନପ୍ରତିନିଧିମାନେ ଯୋଗଦେଇ ମନ୍ତ୍ରଣା କରୁଥିବା ଆଲୋଚନା ହେଉଛି।

Advertisment

JSW ପ୍ରକଳ୍ପକୁ ବିରୋଧ କରି ଆଜି ଏରସମା ବ୍ଲକ୍‌ ପାଟଣାରେ ହୋଇଛି ଜନମେଳି। ଏଥିରେ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତର ଶତାଧିକ ଲୋକ ସାମିଲ ହୋଇଥିଲେ। ଢିଙ୍କିଆ ପଞ୍ଚାୟତ ସମିତି ସଭ୍ୟ ଦେବେନ୍ଦ୍ର ସ୍ଵାଇଁଙ୍କ ନେତୃତ୍ୱରେ ହୋଇଥିବା ପ୍ରଜାମେଳିରେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ପୋସ୍କୋ ବିରୋଧୀ ନେତା ପ୍ରଶାନ୍ତ ପାଇକରାୟ ଓ କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପ୍ରଦୂଷିତ ପାରାଦୀପ ଅଞ୍ଚଳରେ ଆଉ ଅଧିକ ପ୍ରଦୂଷଣକାରୀ ଶିଳ୍ପକୁ ସ୍ଵାଗତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।

ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି-“ଆନ୍ଦୋଳନକାରୀଙ୍କୁ ବାଡ଼େଇ କଲେକ୍ଟର ହୋଇଥିଲେ ପୂର୍ବତନ କଲେକ୍ଟର। ସିଏ ଗଲା ପରେ ଆସିଥିବା ନୂଆ କଲେକ୍ଟର ଭଲ ବୋଲି ଲୋକେ ଭାବୁଥିଲେ। ସେ ଲୋକଙ୍କ କଥା ଶୁଣିବେ ବୋଲି ଆଶା କରୁଥିଲେ। କିନ୍ତୁ ସେ ବର୍ତ୍ତମାନ କମ୍ପାନୀ ସପକ୍ଷରେ ମତ ଦେବା ପାଇଁ କିଛି ଲୋକଙ୍କୁ ଡ଼ାକିଛନ୍ତି।”

Advertisment

ସମାନ୍ତରାଳ ଭାବେ JSW ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ଚାଲିଛି ଉଚ୍ଚସ୍ତରୀୟ ବୈଠକ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ରାଜଶ୍ରୀ ମଲ୍ଲିକ ଓ ଅନ୍ୟାନ୍ୟ ଉଚ୍ଚ ପଦସ୍ତ ଅଧିକାରୀମାନେ ଯୋଗଦେଇଛନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ ଉପରେ ବୈଠକରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।

JSW Project