Advertisment

ପଞ୍ଚାୟତ କାର୍ଯ୍ୟାଳୟରେ ଜମୁଛି ଜନପ୍ରତିନିଧିଙ୍କ ମଦ, ମାଂସର ଆସର! ସୋଶାଲ ମିଡିଆରେ ଭାଇରାଲ

ବ୍ରହ୍ମପୁର(ଜଗନ୍ନାଥ ସାହୁ):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବଡ଼ ମହୁରୀ ପଞ୍ଚାୟତ କାର୍ଯ୍ୟାଳୟ । ଆଉ କାର୍ଯ୍ୟାଳୟରେ ଭିତରେ ଚାଲିଥିଲା ମଦ ମାଂସର ଆସର। ସାମିଲ ଅଛନ୍ତି ବ୍ଲକ ଚେୟାର ମ୍ୟାନ, ଦୁଇ ଜଣ ସରପଞ୍ଚ ଏବଂ ଜଣେ ଜିଆରଏସ। ଯାହା କ୍ୟାମେରାରେ କଏଦ ହୋଇଛି। ଯାହା କି ସୋଶାଲ ମିଡ଼ିଆରେ ଭାଇରାଲ ହେଉଛି। ଗତକାଲି ରାତି ପ୍ରାୟ ୧୦ଟା ସମୟ। ଏହି ସମୟରେ ଗଞ୍ଜାମ ଜିଲ୍ଲା  କବିସୂର୍ଯ୍ୟନଗର ବ୍ଲକର ବଡ଼ ମହୁରୀ ପଞ୍ଚାୟତର ନିଜେ ବ୍ଲକ […]

author-image
Tapas Behera
ଅଦ୍ୟତନ ହୋଇଛି
ପଞ୍ଚାୟତ କାର୍ଯ୍ୟାଳୟରେ ଜମୁଛି ଜନପ୍ରତିନିଧିଙ୍କ ମଦ, ମାଂସର ଆସର! ସୋଶାଲ ମିଡିଆରେ ଭାଇରାଲ

700

ବ୍ରହ୍ମପୁର(ଜଗନ୍ନାଥ ସାହୁ):ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବଡ଼ ମହୁରୀ ପଞ୍ଚାୟତ କାର୍ଯ୍ୟାଳୟ । ଆଉ କାର୍ଯ୍ୟାଳୟରେ ଭିତରେ ଚାଲିଥିଲା ମଦ ମାଂସର ଆସର। ସାମିଲ ଅଛନ୍ତି ବ୍ଲକ ଚେୟାର ମ୍ୟାନ, ଦୁଇ ଜଣ ସରପଞ୍ଚ ଏବଂ ଜଣେ ଜିଆରଏସ।

Advertisment

ଯାହା କ୍ୟାମେରାରେ କଏଦ ହୋଇଛି। ଯାହା କି ସୋଶାଲ ମିଡ଼ିଆରେ ଭାଇରାଲ ହେଉଛି। ଗତକାଲି ରାତି ପ୍ରାୟ ୧୦ଟା ସମୟ। ଏହି ସମୟରେ ଗଞ୍ଜାମ ଜିଲ୍ଲା  କବିସୂର୍ଯ୍ୟନଗର ବ୍ଲକର ବଡ଼ ମହୁରୀ ପଞ୍ଚାୟତର ନିଜେ ବ୍ଲକ ଚେୟାର ମ୍ୟାନ ସନ୍ତୋଷ କୁମାର ପାଢୀ, ବଡ଼ ମହୁରୀ ସରପଞ୍ଚ ବଜେନ୍ଦ୍ର ପ୍ରଧାନ, ସେଇ ବ୍ଲକର ଆଠଗଡ଼ ସରପଞ୍ଚ ସୁନୀଲ ପଲେଇ ଏବଂ ଅନ୍ୟତ୍ର ବଦଳି ହୋଇଥିବା GRS ରାମକ୍ରିଷ୍ଣ ପଟ୍ଟନାୟକ ଉପସ୍ଥିତ ଥିଲେ।

ଚାଲିଥିଲା ଭୋଜି ଭାତ। ଜମିଥିଲା ମଦ ମାଂସ ର ଆସର। ଠିକ ଏତିକି ବେଳେ ସେଇ ଅଞ୍ଚଳର କେତେକ ଲୋକେ ସିଧାସଳଖ ପଂଚାୟତ ଅଫିସ ଭିତରକୁ ଯାଇ ଭିଡିଓ ସୁଟ୍‌  କରିଥିଲେ। ଏହି ସମୟରେ ସେମାନେ ମଦ ବୋତଲକୁ  ଲୁଚାଇ ଦେଇଥିଲେ । କିନ୍ତୁ ମଦ କାଚକୁ ବାହାର କରିଥିଲେ ଜନ ସାଧାରଣ। ଏମିତି କି ସେଠାରେ ଉପିସ୍ଥିତ ଥିବା ଲୋକଙ୍କ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। କାହିଁକି ପଂଚାୟତ ଅଫିସ ଭିତରେ ମଦ ମାଂସର ଭୋଜି ହେଉଥିଲା ବୋଲି ଲୋକେ ପ୍ରଶ୍ନ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ଲକଡାଉନ ଚାଲିଥିବା ବେଳେ କରୋନା ମହାମାରୀରେ ଜନ ପ୍ରତିନିଧିଙ୍କ ଏଭଳି ଆସରକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

[gallery link="file" columns="4" bgs_gallery_type="slider" ids="557687,557684,557685,557679"]

News In Odia