Advertisment

କ୍ୱାରେଣ୍ଟାଇନ୍‌ ସେଣ୍ଟର ଫାଟକ ଭାଙ୍ଗି ପଳାଇଲେ ସୁରତ ଫେରନ୍ତା, ଆଣିଲେ ଏମିତି ଅଭିଯୋଗ

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଜନତା ହାଇସ୍କୁଲ ଓ ରାଗପୁର ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ପଳାଇଲେ ସୁରତ ଫେରନ୍ତା। ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍‌‌ ସେଣ୍ଟରର ମୁଖ୍ୟ ଫାଟକ ଭାଙ୍ଗି ନିଜ ନିଜ ଗାଁକୁ ପଳାଉଥିବା ଦେଖିବାକୁ ମିଳିଛି। କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସେମାନଙ୍କୁ ଠିକ୍‌ରେ ଖାଇବା-ପିଇବା ଦିଆଯାଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଜଣେ ଶ୍ରମିକ କହିଛନ୍ତି, “କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଖାଇବାକୁ ଦେଲେନି କି ପିଇବାକୁ ପାଣି ଟିକେ ଦେଲେନି। ଆମେ କେମିତି […]

ଅଦ୍ୟତନ ହୋଇଛି
କ୍ୱାରେଣ୍ଟାଇନ୍‌ ସେଣ୍ଟର ଫାଟକ ଭାଙ୍ଗି ପଳାଇଲେ ସୁରତ ଫେରନ୍ତା, ଆଣିଲେ ଏମିତି ଅଭିଯୋଗ

berhampur

Advertisment

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଜନତା ହାଇସ୍କୁଲ ଓ ରାଗପୁର ଆଦର୍ଶ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ପଳାଇଲେ ସୁରତ ଫେରନ୍ତା। ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍‌‌ ସେଣ୍ଟରର ମୁଖ୍ୟ ଫାଟକ ଭାଙ୍ଗି ନିଜ ନିଜ ଗାଁକୁ ପଳାଉଥିବା ଦେଖିବାକୁ ମିଳିଛି।

Advertisment

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସେମାନଙ୍କୁ ଠିକ୍‌ରେ ଖାଇବା-ପିଇବା ଦିଆଯାଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଜଣେ ଶ୍ରମିକ କହିଛନ୍ତି, “କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଖାଇବାକୁ ଦେଲେନି କି ପିଇବାକୁ ପାଣି ଟିକେ ଦେଲେନି। ଆମେ କେମିତି ରହିବୁ।”

ଏନେଇ ଖବର ପାଇ ତହସିଲଦାର ଓ ପୁଲିସ୍‌ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛନ୍ତି। ତେବେ ଏସଂପର୍କରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଏହି ଦୁଇଟି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ୧୨୮ ଜଣଙ୍କୁ ରଖାଯାଇଥିଲା। ସେମାନେ ଗତକାଲି ଦୁଇଟି ବସ୍‌ ଯୋଗେ ଜିଲ୍ଲାକୁ ଫେରିବା ପରେ ସେମାନଙ୍କୁ  କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe