Advertisment

ସନ୍ଧ୍ୟା ଯାଏ ରହିଛି ପବନର ବିପଦ, କେବେ ପାଗରେ ଆସିବ ସୁଧାର

ନୂଆଦିଲ୍ଲୀ: ଆଜି ସକାଳ ୯ଟାରୁ ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ କରିଛି। ଧାମରାର ଉତ୍ତର ଓ ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଏହା ଲ୍ୟାଣ୍ଡଫଲ୍‌ କରିଛି। ଏବେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଶେଷ ହେବାକୁ ଆଉ ୩ରୁ ୪ ଘଣ୍ଟା ସମୟ ଲାଗିବ। ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍‌ ଶେଷ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି। ଲ୍ୟାଣ୍ଡଫଲ ୧ଟା ସୁଦ୍ଧା ଶେଷ ହେବାକୁ ଥିଲେ […]

author-image
Hemant Lenka
ଅଦ୍ୟତନ ହୋଇଛି
ସନ୍ଧ୍ୟା ଯାଏ ରହିଛି ପବନର ବିପଦ, କେବେ ପାଗରେ ଆସିବ ସୁଧାର

cyclone45

ନୂଆଦିଲ୍ଲୀ: ଆଜି ସକାଳ ୯ଟାରୁ ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ କରିଛି। ଧାମରାର ଉତ୍ତର ଓ ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଏହା ଲ୍ୟାଣ୍ଡଫଲ୍‌ କରିଛି। ଏବେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଶେଷ ହେବାକୁ ଆଉ ୩ରୁ ୪ ଘଣ୍ଟା ସମୟ ଲାଗିବ। ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍‌ ଶେଷ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି। ଲ୍ୟାଣ୍ଡଫଲ ୧ଟା ସୁଦ୍ଧା ଶେଷ ହେବାକୁ ଥିଲେ ହେଁ ପବନର ବିପଦ ସନ୍ଧ୍ୟା ଯାଏ ରହିଥିବା ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Advertisment

ତାଙ୍କ ସୂଚନା ଅନୁଯାୟୀ, ଲ୍ୟାଣ୍ଡ ପ୍ରକ୍ରିୟା ଚାଲିଥିବାରୁ ପବର ଘଣ୍ଟାପ୍ରତି ବେଗ ୧୩୦ରୁ ୧୪୦ କିମି ରହିଛି। ବେବେଳେ ଏହା ୧୫୦ କିମି ମଧ୍ୟ ଛୁଇଁବାରେ ଲାଗିଛି। ଉତ୍ତର ଧାମରା ଠାରୁ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିଥିବାରୁ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ଘଟାଇବାର ଆଶଙ୍କାର ପ୍ରକାଶ ପାଇଛି। ଏବେ ବାଲେଶ୍ୱର ଓ ଭଦ୍ରକରେ ୧୩୦ରୁ ୧୫୦ କିମି ମଧ୍ୟରେ ପବନ ହେଉଛି। ଆଗାମୀ ୩ ଘଣ୍ଟା ଯାଏ ଏମିତି ପବନ ବହିବ।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ବତ୍ୟା ୟାସ ବାଲେଶ୍ୱର ଦେଇ ରାତି ସୁଦ୍ଧା ମୟୂରଭଞ୍ଜରେ ପହଞ୍ଚିବ। ଆଜି ଅପରାହ୍ନରୁ ମୟୂରଭଞ୍ଜରେ ପ୍ରବଳ ବର୍ଷା ସାଙ୍ଗକୁ ୧୦୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ମୟୂରଭଞ୍ଜରୁ ବାତ୍ୟା ୟାସ କ୍ରମଶଃ ଦୁର୍ବଳ ହୋଇ କାଲି ସକାଳ ସୁଦ୍ଧା ଝାରଖଣ୍ଡକୁ ଚାଲିଯିବ।

Advertisment

ଏବେ ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପବନ କମି କମି ଚାଲିଛି। କେନ୍ଦୁଝର ଜିଲ୍ଲାରେ ୬୦ରୁ ୯୦ କିମି ବେଗରେ ପବନ ବହୁଛି
କାଲି ସକାଳ ଯାଏ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବମାନେ କୌଣସି ବି ପରିସ୍ଥିତିରେ ଏହା ମଧ୍ୟକୁ ଯିବେ ନାହିଁ। କାଲି ସକାଳ ପରେ ପାଗରେ ସୁଧାର ଆସିବ। ବର୍ଷା ଛାଡ଼ିଯିବ। ଏବେ ଆଶ୍ରୟସ୍ଥଳୀରେ ରହିଥିବା ଲୋକେ ଘରକୁ ଫେରନ୍ତୁ ନାହିଁ। ବିପଦ ଟଳିନି। ସନ୍ଧ୍ୟା ଯାଏ ପବନର ବିପଦ ରହିଛି। ବାତ୍ୟା ସରିବା ସୂଚନା ଦିଆଯିବା ପରେ ସମସ୍ତେ ଘରକୁ ଫେରିବା ଉଚିତ ବୋଲି ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମୟୂରଭଂଜ କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ ମିମି ବର୍ଷା ହୋଇଛି। ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା ଜଣାପଡ଼ିଛି।

Cyclone Yaas