WhatsApp-Image-2019-06-03-a
ନୂଆପଡା(ଓଡ଼ିଶା ରିପୋର୍ଟର): ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଦୀର୍ଘ ଦିନ ହେବ ପାରଦ ଖସିବା ନାଁ ଧରୁନି। ଏପରି ସ୍ଥିତିରେ ପିଇବା ପାଣି ଟୋପେ ନ ପାଇ ଡହଳବିକଳ ହେଉଛନ୍ତି ନୂଆପଡା ଜିଲା କୋମନାବାସୀ। ଯେଉଁ ପୋଖରୀ ପାଣି ପିଇବାକୁ ଗାଁ ଲୋକେ ବାଧ୍ୟ ହେଉଛନ୍ତି, ତାହା ଗାଧୁଆପାଧୁଆ ପାଇଁ ବି ଉପଯୁକ୍ତ ନୁହେଁ। ଗାଁରେ ଥିବା ଗୃହପାଳିତ ପଶୁଙ୍କ ଅବସ୍ଥା ନ କହିବା ଭଲ। ସରକାର ଏବଂ ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ନିଜ ସମସ୍ୟାର ସମାଧାନ କଲେ ଗ୍ରାମବାସୀ ।
ଗ୍ରାମବାସୀଙ୍କ ଏପରି ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀ ଅବଗତ ଥାଇ ମଧ୍ୟ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଲା । ଶେଷରେ ଗାଁର କିଛି ସ୍ୱେଚ୍ଛାସେବୀ ଯୁବକ ଆଗକୁ ବଢିଛନ୍ତି। ସେମାନେ ନିଜ ଗାଁର ପାଣି ସମସ୍ୟାର ସମାଧାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ଗ୍ରାମାଞ୍ଚଳରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦିଆଯାଉଥିବା ନେଇ ସରକାରଙ୍କ ପ୍ରତିଶ୍ରୁତି ଯେ କେତେ ମାତ୍ରାରେ ପୂରଣ ହେଉଛି, ତାହା କୋମନାକୁ ଗଲେ ଜଣାପଡିବ। ଏଠାରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି। ଗାଁରେ ଥିବା ପ୍ରାୟ ସମସ୍ତ କୂଅ ଏବଂ ପୋଖରୀ ମଧ୍ୟ ଶୁଖି ଯାଇଛି। ଯେଉଁ କିଛି ପୋଖରୀ ଅଛି, ତାହା ବ୍ୟବହାର ଉପଯୋଗୀ ନୁହେଁ।
/odisha-reporter/media/post_attachments/wp-content/uploads/2019/06/WhatsApp-Image-2019-06-03-a-1-300x225.jpg)
ଏସବୁ ଦେଖି ଗାଁର କିଛି ସ୍ୱେଚ୍ଛାସେବୀ ଆଗେଇ ଆସି ନଦୀରେ ଆଡିବନ୍ଧ ବାନ୍ଧିଲେ। ୫ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଜଳ ଯୋଗାଣ ପ୍ରକଳ୍ପ ଠିକ୍ ଭାବ ଚାଲିଲା। ଫଳରେ ଲୋକଙ୍କ ସମସ୍ୟା ଦୂର ଦେବା ସହ ପଶୁ ପକ୍ଷୀମାନେ ମଧ୍ୟ ପାଣି ପିଇବାକୁ ପାଇଲେ।
ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିବା ପାଇଁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କ୍ରିଷ୍ଣା ତିୱାରୀ ମଧ୍ୟ ସ୍ୱେଚ୍ଛାସେବୀଙ୍କ ସହ କାମ କଲେ। ବାଲିରେ ଆଡି ବନ୍ଧ ବାନ୍ଧିଥିବା ଜାଗାରେ ଏକ ଚେକ୍ଡ୍ୟାମ୍ ହେଲେ ଲୋକଙ୍କ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଗ୍ରାମବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/06/WhatsApp-Image-2019-06-03-a.jpg)