Advertisment

ମୁକୁଳା ଟ୍ରାନ୍ସଫର୍ମର ଯୋଗୁ ଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭବାନୀପାଟଣା (ରାଜ କୁମାର ସିଂହଦେଓ): ପ୍ରାତଃ ଭ୍ରମଣ ସାରି ଘରକୁ ଫେରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସଦର ଥାନା ଅନ୍ତର୍ଗତ ଅଧମୁଣ୍ଡା ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ଅଧମୁଣ୍ଡା ଗାଁର ଲକ୍ଷ୍ମଣ ଗୌଡ଼। ଆଜି ସକାଳେ ଲକ୍ଷ୍ମଣ ପ୍ରାତଃ ଭ୍ରମଣ ସାରି ଘରକୁ ଫେରୁଥିଲେ। ଘର ନିକଟରେ ଥିବା ମୁକୁଳା ଟ୍ରାନ୍ସଫର୍ମରରୁ ତାର ଗୁଡ଼ିକ ବାହାରି ପଡ଼ିଥିଲା।  ଲକ୍ଷ୍ମଣ […]

author-image
Tapaswini Nayak
ମୁକୁଳା ଟ୍ରାନ୍ସଫର୍ମର ଯୋଗୁ ଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତାରୋକ

strike

ଭବାନୀପାଟଣା (ରାଜ କୁମାର ସିଂହଦେଓ): ପ୍ରାତଃ ଭ୍ରମଣ ସାରି ଘରକୁ ଫେରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସଦର ଥାନା ଅନ୍ତର୍ଗତ ଅଧମୁଣ୍ଡା ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ଅଧମୁଣ୍ଡା ଗାଁର ଲକ୍ଷ୍ମଣ ଗୌଡ଼।

Advertisment

ଆଜି ସକାଳେ ଲକ୍ଷ୍ମଣ ପ୍ରାତଃ ଭ୍ରମଣ ସାରି ଘରକୁ ଫେରୁଥିଲେ। ଘର ନିକଟରେ ଥିବା ମୁକୁଳା ଟ୍ରାନ୍ସଫର୍ମରରୁ ତାର ଗୁଡ଼ିକ ବାହାରି ପଡ଼ିଥିଲା।  ଲକ୍ଷ୍ମଣ ସେହି ତାର ସଂସ୍ପର୍ଶରେ ଆସିଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଲକ୍ଷ୍ମଣଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଛି। ବିଦ୍ୟୁତ ବିଭାଗ ଲକ୍ଷ୍ମଣଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଦେଉ ବୋଲି ସ୍ଥାନୀୟ ଲୋକେ ଅଡ଼ି ବସିଛନ୍ତି। ଏହାସହ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଜାତୀୟ ରାଜପଥ ୨୬କୁ ଅବରୋଧ କରିଛନ୍ତି। ଫଳରେ ଗାଡ଼ିଚଳାଚଳ ବନ୍ଦ ରହିଛି। ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି।

Advertisment

ଦୀର୍ଘଦିନ ହେବ ଗାଁରେ ବସିଥିବା ମୁକୁଳା ଟ୍ରାନ୍ସଫର୍ମକୁ ଅନ୍ୟତ୍ର ଉଠାଇଦେବାକୁ ଗ୍ରାମବାସୀ ବିଦ୍ୟୁତ ବିଭାଗ ନିକଟରେ ଦାବି କରି ଆସୁଥିଲେ। ହେଲେ ବିଦ୍ୟୁତ ବିଭାଗ  ଟ୍ରାନ୍ସଫର୍ମକୁ ଅନ୍ୟତ୍ର  ଉଠାଇ ନଥିଲା।  ଏହି ମୁକୁଳା ଟ୍ରାନ୍ସଫର୍ମ ଯୋଗୁ  ଲକ୍ଷ୍ମଣଙ୍କର ମୃତ୍ୟୁ  ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।