ପିତୃପକ୍ଷର ଶେଷ ଦିନରେ ପିଣ୍ଡଦାନ କଲେ ପ୍ରିୟଜନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିତୃପକ୍ଷର ଶେଷଦିନ ହେଉଛି ପବିତ୍ର ମହାଳୟା। ଏହି ଅବସରରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ଦିଆଯାଏ। ଏଥିପାଇଁ ସକାଳୁ ସକାଳୁ ବିନ୍ଦୁସାଗର ପୁଷ୍କରିଣୀରେ ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ଗହଳି। ଶହଶହ ଶ୍ରଦ୍ଧାଳୁ ଲମ୍ବା ଧାଡ଼ିରେ ବସି ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିଥିଲେ।