Advertisment

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବକୁ ଖବରକୁ ନେଇ ଉତ୍ତେଜନା

ବାଲିଗୁଡ଼ା (ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଖବର ଆସିବା ପରେ ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଲୋକେ ଏନ୍ଏଚ୍ ୫୯ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର, ବାଲିଗୁଡ଼ା ଓ ସୋରଡ଼ାକୁ ଯାତାୟତ ବନ୍ଦ ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଘଟଣାସ୍ଥଳରେ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ଏହି ଘଟଣା ସଂପର୍କରେ ଦାରିଙ୍ଗିବାଡ଼ି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବକୁ ଖବରକୁ ନେଇ ଉତ୍ତେଜନା

baliguda

ବାଲିଗୁଡ଼ା (ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଖବର ଆସିବା ପରେ ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଲୋକେ ଏନ୍ଏଚ୍ ୫୯ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

Advertisment

ଫଳରେ ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର, ବାଲିଗୁଡ଼ା ଓ ସୋରଡ଼ାକୁ ଯାତାୟତ ବନ୍ଦ ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଘଟଣାସ୍ଥଳରେ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ଏହି ଘଟଣା ସଂପର୍କରେ ଦାରିଙ୍ଗିବାଡ଼ି ଥାନାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚରାଉଚରା କରାଯାଉଛି।

ଖବର ପାଇ ବାଲିଗୁଡ଼ା ଏସ୍‌ଡିପିଓ ନୀତିନ୍ କୁଶାଲକର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ଛାତ୍ରୀଙ୍କ ସନ୍ତାନ ପ୍ରସବ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Advertisment

ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ମନ୍ତ୍ରୀ ରମେଶ ମାଝୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,“ ଘଟଣାକୁ ଗୁରୁତ୍ୱର ସହ ନେଇଛି ଜିଲ୍ଲା ପ୍ରଶାସନ। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।”