Advertisment

କଲେଜ ଓ ବିଶ୍ୱବିଦ୍ୟାଳୟର ଲ୍ୟାବ୍ ଖୋଲିବାକୁ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ଥିବା ଲ୍ୟାବ୍ରୋଟୋରୀଗୁଡ଼ିକ ଖୋଲିବା ପାଇଁ ରାଜ୍ୟ ସରକାର ଆଜି ଅନୁମତି ଦେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଆଜି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ରିସର୍ଚ୍ଚ ସ୍କର୍ଲାର(ପିଏଚଡି), ଏମଫିଲ୍ , ଟେକ୍ନୋଲୋଜି ଓ ପିଜି ଛାତ୍ରଛାତ୍ରୀ(ବିଜ୍ଞାନ)ମାନଙ୍କ ପ୍ରାକ୍ଟିକାଲ ନିମନ୍ତେ ପାଇଁ ଲ୍ୟାବ୍ରେଟୋରୀ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ନିଶ୍ଚିତ ଭାବେ କୋଭିଡ-୧୯ […]

author-image
Manoranjan Sial
ଅଦ୍ୟତନ ହୋଇଛି
କଲେଜ ଓ ବିଶ୍ୱବିଦ୍ୟାଳୟର ଲ୍ୟାବ୍ ଖୋଲିବାକୁ ଅନୁମତି

college

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ଥିବା ଲ୍ୟାବ୍ରୋଟୋରୀଗୁଡ଼ିକ ଖୋଲିବା ପାଇଁ ରାଜ୍ୟ ସରକାର ଆଜି ଅନୁମତି ଦେଇଛନ୍ତି।

Advertisment

ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଆଜି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ରିସର୍ଚ୍ଚ ସ୍କର୍ଲାର(ପିଏଚଡି), ଏମଫିଲ୍ , ଟେକ୍ନୋଲୋଜି ଓ ପିଜି ଛାତ୍ରଛାତ୍ରୀ(ବିଜ୍ଞାନ)ମାନଙ୍କ ପ୍ରାକ୍ଟିକାଲ ନିମନ୍ତେ ପାଇଁ ଲ୍ୟାବ୍ରେଟୋରୀ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ନିଶ୍ଚିତ ଭାବେ କୋଭିଡ-୧୯ ଗାଇଡଲାଇନ୍ ପାଳନ କରିବେ। ଏହି ନିର୍ଦ୍ଦେଶ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବର ୩୦ତାରିଖରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଡିସେମ୍ବର ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି ହୋଇଥିଲା। ସେଥିରେ ଉଚ୍ଚଶିକ୍ଷା ବିଭାଗକୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ନିଷ୍ପତ୍ତି ନେବାକୁ କୁହାଯାଇଥିଲା।

Advertisment