Advertisment

ପୁଲିସ ହେପାଜତରେ ମଙ୍ଗୁଳିର ମୃତ୍ୟୁ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ପୁଲିସ ହେପାଜତରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। ଆଜି ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟନାମୁଣ୍ଡାଇ ଥାନା ଅଞ୍ଚଳରୁ ଆସିଛି। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏବେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅଭିଯୋଗରୁ ପ୍ରକାଶ, ଅରଡପଲ୍ଲୀ ଗାଁର ସୁଶାନ୍ତ ବେହେରା ଓରଫ ମଙ୍ଗୁଳି ଜଣେ ଚୋରା ମଦ ବେପାରୀ। ଆଜି ସେ […]

ଅଦ୍ୟତନ ହୋଇଛି
ପୁଲିସ ହେପାଜତରେ ମଙ୍ଗୁଳିର ମୃତ୍ୟୁ

patamundai

Advertisment

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ପୁଲିସ ହେପାଜତରେ ଜଣେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। ଆଜି ଏପରି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟନାମୁଣ୍ଡାଇ ଥାନା ଅଞ୍ଚଳରୁ ଆସିଛି। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏବେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Advertisment

ଅଭିଯୋଗରୁ ପ୍ରକାଶ, ଅରଡପଲ୍ଲୀ ଗାଁର ସୁଶାନ୍ତ ବେହେରା ଓରଫ ମଙ୍ଗୁଳି ଜଣେ ଚୋରା ମଦ ବେପାରୀ। ଆଜି ସେ ମଦ ନେଇ ଯାଉଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ପୁଲିସ ତାଙ୍କୁ ଧରି ଥାନାକୁ ନେଇଯାଇଥିଲା। ଏହି ସମୟରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପଟ୍ଟାମୁଣ୍ଡାଇ ଥାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ମଙ୍ଗୁଳି ଘରକୁ ନଫେରିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ଥାନାରେ ପହଞ୍ଚି ମଙ୍ଗୁଳି ସମ୍ପର୍କରେ ପଚାରିଥିଲେ। ମାତ୍ର ପୁଲିସ ଠିକ୍‌ ତଥ୍ୟ ଦେଇପାରିନଥିଲା। ଫଳରେ ଥାନାରେ ଉତ୍ତେଜନା ପ୍ରକାଶ ପାଇଛି। ମଙ୍ଗୁଳିକୁ ପୁଲିସ ପିଟିପିଟି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe