Advertisment

ବେଲ୍‌ ହେବ ନା ଜେଲ୍‌! ଆଶା ଆଶଙ୍କାରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା (ପ୍ରଭାତ ପରିଡ଼ା): ଜେଲ୍ ହେବ କି ବେଲ୍ ! ଆଶଙ୍କାରେ କୋର୍ଟ ପରିସରରେ ଚେତା ହରାଇ ପଡ଼ିଲେ ଜଣେ ଅଭିଯୁକ୍ତ। ଆଉ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍‌ ନେଇଥିଲେ ଗାଁ ଲୋକେ। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲ ଡାକ୍ତର। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ। ପୂରା ଘଟଣା ଏମିତି। ୨୦୧୫ ମସିହାରେ ମହାକାଳପଡ଼ା ବ୍ଲକ୍‌ର ବଡ଼ତୋଟା ଛପାଲି ଗାଁର ବାଗଡ଼ିଆ ଯୋରରୁ ବେଆଇନ୍‌ […]

ଅଦ୍ୟତନ ହୋଇଛି
ବେଲ୍‌ ହେବ ନା ଜେଲ୍‌! ଆଶା ଆଶଙ୍କାରେ ଚାଲିଗଲା ଜୀବନ

kendrapada

Advertisment

କେନ୍ଦ୍ରାପଡ଼ା (ପ୍ରଭାତ ପରିଡ଼ା): ଜେଲ୍ ହେବ କି ବେଲ୍ ! ଆଶଙ୍କାରେ କୋର୍ଟ ପରିସରରେ ଚେତା ହରାଇ ପଡ଼ିଲେ ଜଣେ ଅଭିଯୁକ୍ତ। ଆଉ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍‌ ନେଇଥିଲେ ଗାଁ ଲୋକେ। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲ ଡାକ୍ତର। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ।

Advertisment

ପୂରା ଘଟଣା ଏମିତି। ୨୦୧୫ ମସିହାରେ ମହାକାଳପଡ଼ା ବ୍ଲକ୍‌ର ବଡ଼ତୋଟା ଛପାଲି ଗାଁର ବାଗଡ଼ିଆ ଯୋରରୁ ବେଆଇନ୍‌ ଭାବେ ମାଛ ଧରା ଯାଇଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍ ଅଭିଯୋଗକୁ ଭିତ୍ତି କରି ଅଭୟ ମଳିକ ଓରଫ୍ ଟୁନିଆଙ୍କ ସମେତ ୩୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଆଜି ସମସ୍ତ ଅଭିଯୁକ୍ତ ଜାମିନ୍‌ ପାଇଁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଯାଇଥିଲେ।

publive-imageସମସ୍ତେ ଜାମିନ୍‌ ପାଇଁ କୋର୍ଟ କାଗଜରେ ଦସ୍ତଖତ କରିଥିଲେ। ଟୁନିଆ ମଧ୍ୟ କୋର୍ଟ କାଗଜରେ ଦସ୍ତଖତ କରିଥିଲେ। ହେଲେ ତାଙ୍କ ମନ ବୁଝୁନଥିଲା। କାରଣ ସେ ଜୀବନରେ କେବେ କୋର୍ଟ କଚେରୀ ମାଡ଼ିନଥିଲେ କି ଥାନା ବାରଣ୍ଡ ଛୁଇଁ ନଥିଲେ। ଆଜି ଜୀବନରେ ପ୍ରଥମଥର ପାଇଁ କୋର୍ଟରେ ପହଞ୍ଚିଛନ୍ତି। ତାହା ପୁଣି ଜାମିନ ପାଇଁ। ଜାମିନ୍‌ ମିଳିବ କି ନାହିଁ, ତାହା ଜଣାନାହିଁ। ସେଥିପାଇଁ ସେ ମନ ଭିତରେ ପ୍ରବଳ ଭୟଭୀତ ଥିଲେ ବୋଲି ପରିବାର ଲୋକେ କହିଛନ୍ତି।

Advertisment

କୋର୍ଟରେ ପହଞ୍ଚିବା ପରେ ଅତ୍ୟନ୍ତ ବିବ୍ରତ ଲାଗୁଥିଲେ ଟୁନିଆ। ବସିଥିବା ବେଳେ ସେ ବାନ୍ତି କରି ପଡ଼ି ଯାଇଥିଲେ। ଗାଁ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଟୁନିଆ ମଳିକଙ୍କୁ ମୃତ ଘୋଷଣା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe