/odisha-reporter/media/post_attachments/uploads/2020/05/jharsuguda-3300.jpg)
jharsuguda
ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ସହରସ୍ଥିତ ବିଟିଏମ୍ ସ୍କୁଲ ପରିସରରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିବା ଜଣେ ଯୁବକଙ୍କୁ ଧରିଲାପୁଲିସ୍ । ଗତକାଲି ଭୋରରେ ଯୁବକଜଣକ କ୍ୱାରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିଲେ। ଆଜି ଭୋରରେ ଝାରସୁଗୁଡ଼ା ପୁଲିସ୍ ତାଙ୍କୁ ବଢ଼େଇମୁଣ୍ଡାରୁ ଧରି କ୍ୱାରେଣ୍ଟାଇନ ସେଣ୍ଟରକୁ ଆଣିଛି।
Advertisment
୧୦ ଦିନ ତଳେ ସଂପୃକ୍ତ ଯୁବକ ରାଉରକେଲା ନାଲାରୋଡ୍ ଅଞ୍ଚଳରୁ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲେ। ଏ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୁଲିସ୍ ସମ୍ପୃକ୍ତ ଯୁବକକୁ ନେଇ ବିଟିଏମ ସ୍କୁଲ ପରିସରରେ ଥିବା କ୍ଟାରେଣ୍ଟାଇନ ସେଣ୍ଟରରେ ରଖିଥିଲା। ଏଥିସହ ତାଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା। ହେଲେ ଗତକାଲି ଯୁବକଜଣକ ଫେରାର ହୋଇଯାଇଥିଲେ।।
ତେବେ ସଂପୃକ୍ତ ଯୁବକ ଜଣକ ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳର । ଏକ ଅପରାଧରେ ସମ୍ପୃକ୍ତି ଅଭିଯୋଗରେ ଧନୁପାଲି ପୁଲିସ୍ ପାଇଁ ସେ ମୋଷ୍ଟ ୱାଣ୍ଟେଟ୍ ଥିବା ଜଣାପଡ଼ିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
