Advertisment

କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚମ୍ପଟ ମାରିଥିଲେ; ଧରିଲା ପୁଲିସ୍‌

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ସହରସ୍ଥିତ ବିଟିଏମ୍‌ ସ୍କୁଲ ପରିସରରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିବା ଜଣେ ଯୁବକଙ୍କୁ ଧରିଲାପୁଲିସ୍‌ । ଗତକାଲି ଭୋରରେ ଯୁବକଜଣକ କ୍ୱାରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିଲେ। ଆଜି ଭୋରରେ ଝାରସୁଗୁଡ଼ା ପୁଲିସ୍ ତାଙ୍କୁ ବଢ଼େଇମୁଣ୍ଡାରୁ ଧରି କ୍ୱାରେଣ୍ଟାଇନ ସେଣ୍ଟରକୁ ଆଣିଛି। ୧୦ ଦିନ ତଳେ ସଂପୃକ୍ତ ଯୁବକ ରାଉରକେଲା ନାଲାରୋଡ୍‌ ଅଞ୍ଚଳରୁ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲେ। ଏ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି […]

ଅଦ୍ୟତନ ହୋଇଛି
କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚମ୍ପଟ ମାରିଥିଲେ; ଧରିଲା ପୁଲିସ୍‌

jharsuguda

Advertisment

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ସହରସ୍ଥିତ ବିଟିଏମ୍‌ ସ୍କୁଲ ପରିସରରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିବା ଜଣେ ଯୁବକଙ୍କୁ ଧରିଲାପୁଲିସ୍‌ । ଗତକାଲି ଭୋରରେ ଯୁବକଜଣକ କ୍ୱାରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିଲେ। ଆଜି ଭୋରରେ ଝାରସୁଗୁଡ଼ା ପୁଲିସ୍ ତାଙ୍କୁ ବଢ଼େଇମୁଣ୍ଡାରୁ ଧରି କ୍ୱାରେଣ୍ଟାଇନ ସେଣ୍ଟରକୁ ଆଣିଛି।

Advertisment

୧୦ ଦିନ ତଳେ ସଂପୃକ୍ତ ଯୁବକ ରାଉରକେଲା ନାଲାରୋଡ୍‌ ଅଞ୍ଚଳରୁ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲେ। ଏ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୁଲିସ୍‌ ସମ୍ପୃକ୍ତ ଯୁବକକୁ ନେଇ ବିଟିଏମ ସ୍କୁଲ ପରିସରରେ ଥିବା  କ୍ଟାରେଣ୍ଟାଇନ ସେଣ୍ଟରରେ ରଖିଥିଲା। ଏଥିସହ ତାଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା। ହେଲେ ଗତକାଲି ଯୁବକଜଣକ  ଫେରାର ହୋଇଯାଇଥିଲେ।।

ତେବେ ସଂପୃକ୍ତ ଯୁବକ ଜଣକ ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳର । ଏକ ଅପରାଧରେ ସମ୍ପୃକ୍ତି ଅଭିଯୋଗରେ ଧନୁପାଲି ପୁଲିସ୍ ପାଇଁ ସେ ମୋଷ୍ଟ ୱାଣ୍ଟେଟ୍‌ ଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe