Advertisment

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପୁରସ୍କୃତ କରିବ ପେଟା, ପୁରସ୍କାରର ନାମ ‘ହିରୋ ଟୁ ଆନିମଲ୍ସ’

ଭୁବନେଶ୍ୱର: ପେଟା (PETA) ଇଣ୍ଡିଆ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରିବ। ଲକ୍‌ଡାଉନ୍‌ ସମୟରେ ଖାଇବାକୁ ନପାଇ କଷ୍ଟରେ ରାସ୍ତାରେ ବୁଲୁଥିବା ବୁଲା କୁକୁର, ଗାଇ ଏବଂ ଅନ୍ୟ ପଶୁଙ୍କ ଖାଇବା ବ୍ୟବସ୍ଥା କରିଥିବାରୁ ଓଡ଼ିଶା ସରକାରର ମୁଖ୍ୟ ବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସେ ଏହି ପୁରସ୍କାର ପାଇବେ। ଏହି ପୁରସ୍କାରର ନାମ ‘ହିରୋ ଟୁ ଆନିମଲ୍ସ’ ରହିଛି। ଏଥିରେ କୁହାଯାଇଛି ପଶୁଙ୍କ ପ୍ରତି ତାଙ୍କ ଭଲପାଇବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ। ମୁଖ୍ୟମନ୍ତ୍ରୀ […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପୁରସ୍କୃତ କରିବ ପେଟା, ପୁରସ୍କାରର ନାମ ‘ହିରୋ ଟୁ ଆନିମଲ୍ସ’

Naveen-Peta-award

ଭୁବନେଶ୍ୱର: ପେଟା (PETA) ଇଣ୍ଡିଆ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରିବ। ଲକ୍‌ଡାଉନ୍‌ ସମୟରେ ଖାଇବାକୁ ନପାଇ କଷ୍ଟରେ ରାସ୍ତାରେ ବୁଲୁଥିବା ବୁଲା କୁକୁର, ଗାଇ ଏବଂ ଅନ୍ୟ ପଶୁଙ୍କ ଖାଇବା ବ୍ୟବସ୍ଥା କରିଥିବାରୁ ଓଡ଼ିଶା ସରକାରର ମୁଖ୍ୟ ବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସେ ଏହି ପୁରସ୍କାର ପାଇବେ। ଏହି ପୁରସ୍କାରର ନାମ ‘ହିରୋ ଟୁ ଆନିମଲ୍ସ’ ରହିଛି। ଏଥିରେ କୁହାଯାଇଛି ପଶୁଙ୍କ ପ୍ରତି ତାଙ୍କ ଭଲପାଇବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ।

Advertisment

Odisha CM awarded by PETA India

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫ଟି ମ୍ୟୁନିସିପାଲ କର୍ପୋରେସନ୍‌ ଏବଂ ୪୮ଟି ମ୍ୟୁନିସିପାଲିଟିରେ ପଶୁଙ୍କ ଖାଇବା ପାଇଁ ବ୍ୟବସ୍ଥା କରିଥିଲେ। ଏହି ବାବଦକୁ ସେ ରିଲିଫ୍‌ ଫଣ୍ଡରୁ ୫୪ ଲକ୍ଷ ଟଙ୍କା ବ୍ୟବସ୍ଥା କରିଥିଲେ।

ଏହା ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, “ଲକ୍‌ଡାଉନ୍‌ ସମୟରେ ପଶୁମାନେ ଭାରି ଅସୁବିଧାରେ ପଡ଼ୁଛନ୍ତି। ମୁଁ ଲୋକଙ୍କୁ ନିବେଦନ କରୁଛି ସେମାନେ ପଶୁଙ୍କ ଯତ୍ନ ନିଅନ୍ତୁ।” ଏତଦ୍‌ବ୍ୟତୀତ ବିଜେପି ସାଂସଦ ମାନେକା ଗାନ୍ଧି ମଧ୍ୟ ସମାନ ଭାବେ ଲୋକଙ୍କୁ ଆହ୍ୱାନ କରିଥିଲେ। ସାରା ଦେଶରେ ବିଭିନ୍ନ ସଂଗଠନ ପଶୁଙ୍କୁ ଆହାର ଯୋଗାଇବା ପାଇଁ କାମ କରୁଛନ୍ତି। ପଶୁଙ୍କ ପାଇଁ କାର୍ଯ୍ୟରତ ବିଭିନ୍ନ ଅନୁଷ୍ଠାନଙ୍କ ମଧ୍ୟରେ ପିପୁଲ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ୍‌ ଆନିମଲ୍ସ ଇଣ୍ଡିଆ ବା ପେଟା ଇଣ୍ଡିଆ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି।

Advertisment