Advertisment

ହୋଶ୍ ଉଡ଼ାଇ ଦେଲାଣି ପେଟ୍ରୋଲ ଓ ଡିଜେଲ୍ ଦର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର। ଓଡ଼ିଶାର କିଛି ସ୍ଥାନରେ ପେଟ୍ରୋଲ ଦର ଲିଟର୍ ପିଛା ସେଞ୍ଚୁରୀ ମାରିଲାଣି। ଆଗ କାଲିମେଳା, ପରେ ମାଲାକାନଗିରି, ଆଉ ସୋମବାର କୋରାପୁଟ ସାଙ୍ଗକୁ ଜୟପୁର ସହରରେ ପେଟ୍ରୋଲ ଦର ସେଞ୍ଚୁରୀ ମାରିଛି। ଗୋଟିଏ ପଟେ କରୋନାରେ ଲୋକଙ୍କ ଆର୍ଥିକ ସ୍ଥିତି ଦୟନୀୟ ଥିବା ବେଳେ ଏପଟେ ତୈଳ ଦରରେ ଆକାଶଛୁଆଁ ଲୋକଙ୍କ ହୋଶ ଉଡ଼ାଇ ଦେଇଛି। ପେଟ୍ରୋଲ […]

ଅଦ୍ୟତନ ହୋଇଛି
ହୋଶ୍ ଉଡ଼ାଇ ଦେଲାଣି ପେଟ୍ରୋଲ ଓ ଡିଜେଲ୍ ଦର

petrol-and-diesel

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର। ଓଡ଼ିଶାର କିଛି ସ୍ଥାନରେ ପେଟ୍ରୋଲ ଦର ଲିଟର୍ ପିଛା ସେଞ୍ଚୁରୀ ମାରିଲାଣି। ଆଗ କାଲିମେଳା, ପରେ ମାଲାକାନଗିରି, ଆଉ ସୋମବାର କୋରାପୁଟସାଙ୍ଗକୁ ଜୟପୁର ସହରରେ ପେଟ୍ରୋଲ ଦର ସେଞ୍ଚୁରୀ ମାରିଛି। ଗୋଟିଏ ପଟେ କରୋନାରେ ଲୋକଙ୍କ ଆର୍ଥିକ ସ୍ଥିତି ଦୟନୀୟ ଥିବା ବେଳେ ଏପଟେ ତୈଳ ଦରରେ ଆକାଶଛୁଆଁ ଲୋକଙ୍କ ହୋଶ ଉଡ଼ାଇ ଦେଇଛି।

Advertisment

ପେଟ୍ରୋଲ ସହ ତାଳ ଦେଇ ଡିଜେଲ୍ ବି ହୁ ହୁ ବଢୁଛି। ମାଲକାନଗିରିରେ ପେଟ୍ରୋଲ ଦର ଲିଟର୍ ପିଛା ୧୦୧ ଟଙ୍କା ୧୮ ପଇସା, ଡିଜେଲ୍ ଲିଟର୍ ପିଛା ୯୮ ଟଙ୍କା ୪୨ ପଇସା, କୋରାପୁଟରେ ପେଟ୍ରୋଲ ୧୦୦ ଟଙ୍କା ୨୭, ଡିଜେଲ୍ ୯୮ ଟଙ୍କା ୪, ଭୁବନେଶ୍ୱର ପେଟ୍ରୋଲ ୯୬ ଟଙ୍କା ୧୧, ଡିଜେଲ୍ ୯୪ ଟଙ୍କା ୦୧, କଟକରେ ପେଟ୍ରୋଲ ୯୬ ଟଙ୍କା ୩୭, ଡିଜେଲ୍ ୯୪ ଟଙ୍କା ୨୬, ବ୍ରହ୍ମପୁରରେ ପେଟ୍ରୋଲ ୯୭ ଟଙ୍କା ୪୭, ଡିଜେଲ ୯୫ ଟଙ୍କା ୩୩, ରାଉରକେଲାରେ ପେଟ୍ରୋଲ ୯୭ ଟଙ୍କା ୨୩ ଓ ଡିଜେଲ୍ ଲିଟର ୯୪ ଟଙ୍କା ୯୩ ପଇସା।

ସବୁଠୁ ବଡ଼ କଥା ହେଉଛି ଲକଡାଉନ୍ ସମୟରେ ଗତ ମାସକ ଭିତରେ ପେଟ୍ରୋଲ ଦର ୪ ଟଙ୍କାରୁ ଅଧିକ ବଢ଼ିଗଲାଣି। ଏପରିକି କେବଳ ଏଇ ଜୁନ୍ ମାସର ପ୍ରଥମ ୭ ଦିନରେ ୪ ଥର ଅଳ୍ପ ଅଳ୍ପ କରି ପାଖାପାଖି ୮୦ ପଇସା ବଢ଼ିଲାଣି। ତୈଳ ଦଳ ବଢ଼ିବା ନେଇ ରାଜ୍ୟରେ ଜୋର୍ ଧରିଲାଣି ରାଜନୀତି। ବିଜେଡି କହୁଛି କେନ୍ଦ୍ର ସରକାର ଟ୍ୟାକ୍ସ ହାର କମାଇବା ସହ ରିହାତି ହାର ବଢ଼ାନ୍ତୁ। ବିଜେପି କହୁଛି ରାଜ୍ୟ ସରକାର କେନ୍ଦ୍ରକୁ ଦୋଷ ନଦେଇ ନିଜ ଟିକସ ପ୍ରଥମେ ଛାଡ଼ନ୍ତୁ। କଂଗ୍ରେସ ମଧ୍ୟ ତୈଳଦର ବୃଦ୍ଧିକୁ କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କରିଛି।

Advertisment

କେବଳ ପେଟ୍ରୋଲ୍ କି ଡିଜେଲ୍‌ ନୁହେଁ, ଖାଇବା ତେଲ ଦର ମଧ୍ୟ ଗତ ୬ ମାସ ଭିତରେ ଦର ପାଖାପାଖି ଦୁଇଗୁଣା ବଢ଼ିଗଲାଣି। ୬ ମାସ ତଳେ ଯେଉଁ ପାମୋଲିନ୍ ତେଲ ଲିଟର ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ ୧୩୦ ଟଙ୍କା ଉପରେ ରହିଛି। ସୂର୍ଯ୍ୟମୁଖୀ ତେଲ ତ ଲିଟର ୧୭୦ ଟଙ୍କା ଟପିଲାଣି। ସେହିପରି ବର୍ଷ ଆରମ୍ଭରୁ ଲିଟର ୮୫ ଟଙ୍କା ଥିବା ସୋରିଷ ଏବେ ୧୭୦ରୁ ୧୮୦ ଟଙ୍କା ହେଲାଣି। ଏଭଳି ଦରବୃଦ୍ଧିକୁ ନେଇ ଖାଉଟି ତ୍ରାହି ତ୍ରାହି ଡାକୁଥିଲା ବେଳେ ତେଲ ଉପରୁ ଟିକସ କମାଇବାକୁ ଦାବି କରିଛନ୍ତି ବ୍ୟବସାୟୀ ମହାସଂଘ।

Petrol Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe