Advertisment

ଓଡ଼ିଶାରେ ୯୪ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲ ଦରରେ ଲାଗିଲା ନିଆଁ। ଦିନକୁ ଦିନ ଉପର ମୁହାଁ ହେବାରେ ଲାଗି ପେଟ୍ରୋଲ ଏବଂ ଡିଜେଲର ପ୍ରାଇସ୍‌ କଣ୍ଟା। ଲାଗୁନି ଲଗାମ । ସେଞ୍ଚୁରୀ ମାରିବା ଆଡକୁ ମୁହାଁଇଲାଣି ତେଲ ଦର। ଓଡ଼ିଶାରେ ପେଟ୍ରୋଲ ଦର ୯୪ ଟଙ୍କା ପାର୍‌ ହେଲାଣି। ମାଲକାନଗିରିରେ ୯୪ ଟଙ୍କା ପାର କରିଛି ପେଟ୍ରୋଲ ଦର। ସେଠାରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୦୮ ପଇସା ଥିବା ବେଳେ ଡିଜେଲ ୯୦ ଟଙ୍କା ୬୬ […]

ଅଦ୍ୟତନ ହୋଇଛି
ପୁଣି ତୈଳ ଦରରେ ଲାଗିଲା ନିଆଁ, ଜାଣନ୍ତୁ କେତେ ବଢ଼ିଲା

Petrol price hike

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତେଲ ଦରରେ ଲାଗିଲା ନିଆଁ। ଦିନକୁ ଦିନ ଉପର ମୁହାଁ ହେବାରେ ଲାଗି ପେଟ୍ରୋଲ ଏବଂ ଡିଜେଲର ପ୍ରାଇସ୍‌ କଣ୍ଟା। ଲାଗୁନି ଲଗାମ । ସେଞ୍ଚୁରୀ ମାରିବା ଆଡକୁ ମୁହାଁଇଲାଣି ତେଲ ଦର। ଓଡ଼ିଶାରେ ପେଟ୍ରୋଲ ଦର ୯୪ ଟଙ୍କା ପାର୍‌ ହେଲାଣି।

Advertisment

ମାଲକାନଗିରିରେ ୯୪ ଟଙ୍କା ପାର କରିଛି ପେଟ୍ରୋଲ ଦର। ସେଠାରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୦୮ ପଇସା ଥିବା ବେଳେ ଡିଜେଲ ୯୦ ଟଙ୍କା ୬୬ ପଇସାକୁ ବୃଦ୍ଧି ପାଇଛି।  ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ୪୨ ପଇସା ଏବଂ ଡିଜେଲ ୮୬ଟଙ୍କା ୧୩ ପଇସା ରହିଛି । ଏପଟେ କଟକରେ ଲିଟର ପିଛା ପେଟ୍ରୋଲ  ଦର ୮୯ ଟଙ୍କା ୭୩ ପଇସା ଏବଂ ଡିଜେଲ ୮୬ ଟଙ୍କା ୪୩ ପଇସା ରହିଛି।  ବାରମ୍ବାର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ  ସାଧାରଣରେ ଅସନ୍ତୋଷ ବଢୁଛି।

ସେପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଆସନ୍ତା କାଲି ୭ଟାରୁ ଅପରାହ୍ନ ୧ଟା ଯାଏ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ।

Advertisment

ସେହିପରି ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ତୈଳ ଦର ବଢ଼ିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ଟଙ୍କା ୭୩ ପଇସା ଥିବା ବେଳେ ଡିଜେଲ୭୯.୦୬ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୯୫.୨୧ ଏବଂ ଡିଜେଲ ୮୬.୦୪ ଟଙ୍କା ରହିଛି। ଅନ୍ୟପଟେ କୋଲକାତାରେ ପେଟ୍ରୋଲ ୮୨.୬୫ ଓ ଡିଜେଲ ୯୦.୦୧ଟଙ୍କା ରହିଛି, ଚେନ୍ନାଇରେ ପେଟ୍ରୋଲ ୮୪.୧୬ ଓ ଡିଜେଲ ୯୦.୯୬ଟଙ୍କା ରହିଛି।

Petrol Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe