Advertisment

ଗ୍ରାହକଙ୍କୁ ପୁଣି ଝଟ୍‌କା, ବଢ଼ିଲା ପେଟ୍ରୋଲ ଡିଜେଲ ଦର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ। ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ତୈଳ ଦର। ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି। ସେହିପରି ଡିଜେଲ ଲିଟର ପିଛା ୮୪ ପଇସା ବୃଦ୍ଧି ଘଟିଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୫.୪୦ ପଇସାରେ ପହଞ୍ଚିଛି ସେହିପରି ଡିଜେଲ ଲିଟର ପିଛା ୯୫.୧୩ ପଇସା ହୋଇଛି। ଏହାକୁ ମିଶାଇ ଗଲା […]

ଅଦ୍ୟତନ ହୋଇଛି
ଅଶୋଧିତ ତୈଳ ଦର କମୁଛି, କିନ୍ତୁ ଏବେବି ପେଟ୍ରୋଲ ଦର ୧୦୦ ଉପରେ

Petrol and disel

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ। ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ତୈଳ ଦର। ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି। ସେହିପରି ଡିଜେଲ ଲିଟର ପିଛା ୮୪ ପଇସା ବୃଦ୍ଧି ଘଟିଛି। ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୫.୪୦ ପଇସାରେ ପହଞ୍ଚିଛି ସେହିପରି ଡିଜେଲ ଲିଟର ପିଛା ୯୫.୧୩ ପଇସା ହୋଇଛି। ଏହାକୁ ମିଶାଇ ଗଲା ୪ ଦିନ ଭିତରେ ୩.୫୦ପଇସା ବୃଦ୍ଧି ପାଇଛି।

Advertisment

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମି ୧୫ରୁ  ୨୦ ଦିନ ଯାଏଁ ଏଭଳି ତୈଳ ଦର ଲଗାତାର ବଢ଼ିବ ବୋଲି ରାଜ୍ୟ ପେଟ୍ରୋଲିଅମ ଡିଲର ଆସୋସିଏସନର ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।

https://twitter.com/ANI/status/1507529890333028354?s=20&t=ayjqPHVGVE8ueoQqyS7alA

Advertisment

ସେହିପରି ଦିଲ୍ଲୀରେ ଡିଜେଲ୍‌ ଲିଟର ପିଛା ୮୯ଟଙ୍କା ୮୭ ପଇସା ଏବଂ ପେଟ୍ରୋଲ୍‌ ଲିଟର୍‌ ପିଛା ୯୮ଟଙ୍କା ୬୧ ପଇସାରେ ବିକ୍ରି ହେଉଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ ରହିଛି। ଏଠାରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୩୫ ପଇସା ଥିବା ବେଳେ ଡିଜେଲ ଦର ଲିଟର ପିଛା ୯୭ଟଙ୍କା ୫୫ପଇସା ରହିଛି।

ପୂର୍ବରୁ ଚଳିତ ସପ୍ତାହର ମଙ୍ଗଳବାର, ବୁଧବାର ଏବଂ ଶୁକ୍ରବାର ଦିନ ଉପରୋକ୍ତ ଇନ୍ଧନ ଦର ବୃଦ୍ଧି ପାଇଥିଲା। ପ୍ରତି ଥର ଲିଟର୍‌ ପିଛା ମୂଲ୍ୟ ୮୦ ପଇସା ବୃଦ୍ଧି ପାଉଛି। ଭାରତରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍‌ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳ ଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ। ଏହାଛଡ଼ା, ‘ଭାଟ୍‌’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍‌ ଦେଖା ଦେଇଥାଏ।

ଉଲ୍ଲେଖଯୋଗ୍ୟ, ୨୦୨୧ ନଭେମ୍ବର ୪ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ୍‌ ଉପରୁ ୫ଟଙ୍କା ଏବଂ ଡିଜେଲ୍‌ ଉପରୁ ୧୦ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ।

Petrol Price Hike Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe