Advertisment

ଭାରତ ବନ୍ଦ ଯୋଗୁ ମିଳିବନି କି ପେଟ୍ରୋଲ, ସ୍ପଷ୍ଟ କଲା ସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଆଜି ଓ ଆସନ୍ତା କାଲି ବନ୍ଦ ଡାକରା ଦିଆଯାଇଥିବା ବେଳେ ଗତ ରାତିରୁ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼ ।   ବନ୍ଦ ଯୋଗୁ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ଆଶଙ୍କା କରି ଜନସାଧାରଣ ଲମ୍ବା ଲାଇନ୍‌ରେ ଛିଡ଼ା ହେଉଥିବା ବେଳେ ଆଜି ନିଜ ପକ୍ଷ ସ୍ପଷ୍ଟ କରିଛି ପେଟ୍ରୋଲିଅମ୍ ଡିଲର ସଂଘ । ଏନେଇ ସଂଘ ପକ୍ଷରୁ କୁହାଯାଇଛି, ପେଟ୍ରୋଲିଅମ୍ ଡିଲର ସଂଘ ଧର୍ମଘଟରେ […]

ଅଦ୍ୟତନ ହୋଇଛି
ପେଟ୍ରୋଲ ୧୦ ଟଙ୍କା ଏବଂ ଡିଜେଲ ୫ ଟଙ୍କା କମାଇଲା ଏହି ରାଜ୍ୟ

petrol

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଆଜି ଓ ଆସନ୍ତା କାଲି ବନ୍ଦ ଡାକରା ଦିଆଯାଇଥିବା ବେଳେ ଗତ ରାତିରୁ ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼ ।   ବନ୍ଦ ଯୋଗୁ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ଆଶଙ୍କା କରି ଜନସାଧାରଣ ଲମ୍ବା ଲାଇନ୍‌ରେ ଛିଡ଼ା ହେଉଥିବା ବେଳେ ଆଜି ନିଜ ପକ୍ଷ ସ୍ପଷ୍ଟ କରିଛି ପେଟ୍ରୋଲିଅମ୍ ଡିଲର ସଂଘ ।

Advertisment

ଏନେଇ ସଂଘ ପକ୍ଷରୁ କୁହାଯାଇଛି, ପେଟ୍ରୋଲିଅମ୍ ଡିଲର ସଂଘ ଧର୍ମଘଟରେ ସାମିଲ୍ ହୋଇନି।   ପିକେଟିଂ ଯୋଗୁଁ ଆଜି ପ୍ରଥମାର୍ଦ୍ଧରେ କେବଳ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ୍ ବନ୍ଦ ରହିବ । ଦ୍ୱିତୀୟାର୍ଦ୍ଧରେ ସ୍ୱାଭାବିକ ଭାବେ ଭୁବନେଶ୍ୱରରେ ପେଟ୍ରୋଲ୍ ପମ୍ପ୍ ଖୋଲା ରହିବ । ରାଜ୍ୟର ଅନ୍ୟ ସବୁ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକ ଖୋଲା ରହିଛି ।

ସୂଚନାଯୋଗ୍ୟ, ଷ୍ଟ୍ରାଇକ୍ ବେଳେ ପେଟ୍ରୋଲ ପମ୍ପ ବନ୍ଦ ରହିବ କି ନାହିଁ ସେ ନେଇ ପେଟ୍ରୋଲ, ଡିଜେଲ ଡିଲର୍ସ ଆସୋସିଏସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲା। ଫଳରେ ଗତକାଲି ବିଳମ୍ବିତ ରାତିରୁ ପ୍ରାୟତଃ ସମସ୍ତ ପମ୍ପ ସମ୍ମୁଖରେ ଦେଖିବାକୁ ମିଳୁଛି ଲମ୍ବା ଲାଇନ୍‌। ଆଜି ସକାଳେ ବି ତେଲ ପକାଇବାକୁ ଲୋକେ ପମ୍ପମୁହାଁ ହେଉଛନ୍ତି। ଏପରିକି ତେଲ ପକାଇବାକୁ ଘଣ୍ଟା ଘଣ୍ଟା ଲାଇନ୍‌ରେ  ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି। ହେଲେ ପେଟ୍ରୋଲିଅମ୍ ଡିଲର ସଂଘର ଘୋଷଣା ପରେ ସାଧାରଣ ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି।

Advertisment

କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସଂଗଠନ ପକ୍ଷରୁ ଆଜି ଓ ଆସନ୍ତା କାଲି ୨ ଦିନ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥିରେ ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ, ଦୂରସଂଚାର ଏବଂ ଆୟକର ବିଭାଗ କର୍ମଚାରୀ ସଂଘ ମଧ୍ୟ  ସାମିଲ ହୋଇଛନ୍ତି।

Bharat Bandh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe